Masthead

ଅକ୍ସିଜେନ ଅଭାବରୁ ୨୫ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ଏବେ ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ୟ୍ୟାପ୍ତ ହେଉନାହିଁ। ଅକ୍ସିଜେନ ନପାଇ ଏଠାରେ ପ୍ରାଣ ହରାଉଛନ୍ତି ଅନେକ କରୋନା ଆକ୍ରାନ୍ତ ଓ ଅନ୍ୟ ରୋଗୀ। ଗତକାଲି ଏହିଭଳି ଦୁଃଖଦ ଘଟଣା ଘଣିଛି ସାର୍‍ ଗଙ୍ଗାରାମ ହସ୍ପିଟାଲରେ। ଗତକାଲି ରାତିରେ ଏହି ହସ୍ପିଟାଲରେ ଗୁରୁତର ଥିବା ୨୫ ଜଣଙ୍କର ମୃତ୍ୟୁ ଘଟିଛି।

ଅକ୍ସିଜେନ ଅଭାବରୁ ସେମାନଙ୍କର ପ୍ରାଣହାନି ଘଟିଥିବା ଏକ ସୂତ୍ରରୁ କୁହାଯାଇଛି। କେବଳ ସେତିକି ନୁହେଁ, ସେଠାରେ ଭେଣ୍ଟିଲେଟର ଏବଂ ବାଇପାପ୍‍ ମେସିନଗୁଡିକ ମଧ୍ୟ ଠିକ ଭାବରେ କାମ କରୁନାହିଁ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ୬୦ଜଣ ଆକ୍ରାନ୍ତ ଏବେ ଛଟପଟ ହେଉଛନ୍ତି। ସେଠାକୁ ତୁରନ୍ତ ଅକ୍ସିଜେନ ଯୋଗାଇଦେବାକୁ ହସପିଟାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଦିଲ୍ଲୀର ରୋହୀଣିରେ ଅକ୍ସିଜେନ ବୋଝେଇ ଗାଡ଼ି ଅଟକି ରହିଥିଲା । ଗଙ୍ଗରାମ ହସ୍ପିଟାଲରେ ପହଂଚି ପାରିଲାନି ଅକ୍ସିଜେନ । ଦସ୍ୱବ ଦିନ ତଳେ ମହାରାଷ୍ଟ୍ର ନାସିକରେ ଗ୍ୟାସ ଲିକ ଯୋଗୁଁ ଭେଣ୍ଟିଲେଟରେ ଥିବା ରୋଗୀଙ୍କ ପାଖରେ ପହଂଚି ପାରି ନଥିଳା ଅମ୍ଳଜାନ ।

ଫଳରେ ଛଟପଟ ହୋଇ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ମାକ୍ସ ସ୍ମାର୍ଟ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ଶେଷହେବା ସ୍ଥିତିରେ ପହଞ୍ଚିଛି। ପରିସ୍ଥିତି ଏଭଳି ହୋଇଛି ଯେ ମେସିନ ଅଚଳ ହୋଇଯିବାରୁ ହସ୍ପିଟାଲ କର୍ମଚାରୀ ନିଜେ ରୋଗୀଙ୍କର ଭେଣ୍ଟିଲେସନ କରାଉଛନ୍ତି। ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗତକାଲି କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇ ରାଜଧାନୀ ଦିଲ୍ଲୀକୁ ତୁରନ୍ତ ମେଡିକାଲ ଅକ୍ସିଜେନ ଯୋଗାଇଦେବାକୁ କହିଛନ୍ତି। ଅନ୍ୟପଟେ ରୋଗୀଙ୍କ ସମ୍ପର୍କୀୟମାନେ ନିଜେ ନିଜେ ଅକ୍ସିଜେନ ଆଣୁଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ