Masthead

ପୋକସୋ ଅଦାଲତରେ ପିଶାଚ ଗୌରାଙ୍ଗ

କଙ୍କଡାହାଡ,(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି ଗଣଦୁଷ୍କର୍ମ । ଦୁନିଆ କ’ଣ ଜାଣିବା ପୂର୍ବରୁ ଅନେକ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମରୁଆବିଲ ପଞ୍ଚାୟତର ସାରିଅଁ ଗ୍ରାମରେ । ଉକ୍ତ ଗ୍ରାମର ଗୌରାଙ୍ଗ ଚକିଆ (୨୧) ସେହି ଗାଁର ଜଣେ ୫ବର୍ଷର ଅଙ୍ଗନୱାଡି ଛାତ୍ରୀଙ୍କୁ ଅଗଷ୍ଟ ୨୯ତାରିଖ ସଂଧ୍ୟାରେ ବିସ୍କୁଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ରାତି ୭ଟା ପର୍ୟ୍ୟନ୍ତ ଝିଅ ଘରକୁ ନଫେରବାରୁ ବିବ୍ରତ ହୋଇଥିଲେ ପରିବାର ଲୋକେ । ସେହି ଗାଁର ଅଜୟ ନାମକ ଜଣେ ଯୁବକ ଝିଅକୁ ଖୋଜିବାକୁ ଯିବାବେଳେ ଦେଖିଥିଲା ବିଭତ୍ସ ଦୃଶ୍ୟ । ଗୌରାଙ୍ଗ ଓ ନାବାଳିକାଙ୍କୁ ବସ୍ତ୍ରହୀନ ଅବସ୍ଥାରେ ଦେଖିଥିଲେ ଅଜୟ । ଅଜୟ ଦେଖି ଘଟଣାସ୍ଥଳରୁ ଗୌରାଙ୍ଗ ଚମ୍ପଟ ମାରିଥିଲା ।

ସେହି ଦିନଠାରୁ ଗୈାରାଙ୍ଗ ଫେରାର ହୋଇଯାଇଛି । ପରେ ନାବାଳିକାର ବାପା କଙ୍କଡାହାଡ ଥାନାରେ ସେପ୍ଟେମ୍ବର ୨ରେ ଅଭିଯୋଗ କରିଥିଲେ । ତଦନ୍ତ ଅଧିକାରୀ ଶ୍ୱେତପଦ୍ମା ବିଶ୍ୱାଳ ୩୫୪(କ)/୫୦୬ ଧାରାରେ ମାମଲା ରୁଜୁ କରିଛନ୍ତି । ଗୌରାଙ୍ଗର ବାପା ପୀଡ଼ିତାଙ୍କ ବାପାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି । ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଫେରାର ଗୌରାଙ୍ଗ ଜଣେ ଠିକାଦାର ପାଖରେ କାମକରୁଥିଲା । ସେ ଯାଜପୁର ଜିଲ୍ଲାର କାଙ୍କଡପାଳର ଏକ ଝିଅକୁ ଭଲ ପାଇ ନିଜ ଘରେ ଏକମାସ ହେବ ରଖିଥିଲା । ଏ ସମ୍ପର୍କରେ ଅଭିଯୋଗେ ପାଇବା ପରେ ତ୍ତତତ୍କାଳୀନ ଆଇଆଇସି ପ୍ରମୋଦ ଲେଙ୍କା ଗୌରାଙ୍ଗକୁ ଗିରଫ କରି ବିରାଶାଳ ଡାକ୍ତରଖାନାରେ କୋଭିଡ୍ ପରୀକ୍ଷା କରାଇଥିଲେ । ପରେ ତାକୁ ଢେଙ୍କାନାଳ ପୋକସୋ ଅଦାଲତକୁ ଚାଲାଣ କରିଛନ୍ତି । ଏପଟେ ଯାଜପୁର ଜିଲ୍ଲାର କାଙ୍କଡପାଳର ଝିଅର ବୟସ ଜଣାପଡିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ