ପୋକସୋ ଅଦାଲତରେ ପିଶାଚ ଗୌରାଙ୍ଗ

କଙ୍କଡାହାଡ,(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି ଗଣଦୁଷ୍କର୍ମ । ଦୁନିଆ କ’ଣ ଜାଣିବା ପୂର୍ବରୁ ଅନେକ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମରୁଆବିଲ ପଞ୍ଚାୟତର ସାରିଅଁ ଗ୍ରାମରେ । ଉକ୍ତ ଗ୍ରାମର ଗୌରାଙ୍ଗ ଚକିଆ (୨୧) ସେହି ଗାଁର ଜଣେ ୫ବର୍ଷର ଅଙ୍ଗନୱାଡି ଛାତ୍ରୀଙ୍କୁ ଅଗଷ୍ଟ ୨୯ତାରିଖ ସଂଧ୍ୟାରେ ବିସ୍କୁଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ରାତି ୭ଟା ପର୍ୟ୍ୟନ୍ତ ଝିଅ ଘରକୁ ନଫେରବାରୁ ବିବ୍ରତ ହୋଇଥିଲେ ପରିବାର ଲୋକେ । ସେହି ଗାଁର ଅଜୟ ନାମକ ଜଣେ ଯୁବକ ଝିଅକୁ ଖୋଜିବାକୁ ଯିବାବେଳେ ଦେଖିଥିଲା ବିଭତ୍ସ ଦୃଶ୍ୟ । ଗୌରାଙ୍ଗ ଓ ନାବାଳିକାଙ୍କୁ ବସ୍ତ୍ରହୀନ ଅବସ୍ଥାରେ ଦେଖିଥିଲେ ଅଜୟ । ଅଜୟ ଦେଖି ଘଟଣାସ୍ଥଳରୁ ଗୌରାଙ୍ଗ ଚମ୍ପଟ ମାରିଥିଲା ।

ସେହି ଦିନଠାରୁ ଗୈାରାଙ୍ଗ ଫେରାର ହୋଇଯାଇଛି । ପରେ ନାବାଳିକାର ବାପା କଙ୍କଡାହାଡ ଥାନାରେ ସେପ୍ଟେମ୍ବର ୨ରେ ଅଭିଯୋଗ କରିଥିଲେ । ତଦନ୍ତ ଅଧିକାରୀ ଶ୍ୱେତପଦ୍ମା ବିଶ୍ୱାଳ ୩୫୪(କ)/୫୦୬ ଧାରାରେ ମାମଲା ରୁଜୁ କରିଛନ୍ତି । ଗୌରାଙ୍ଗର ବାପା ପୀଡ଼ିତାଙ୍କ ବାପାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି । ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଫେରାର ଗୌରାଙ୍ଗ ଜଣେ ଠିକାଦାର ପାଖରେ କାମକରୁଥିଲା । ସେ ଯାଜପୁର ଜିଲ୍ଲାର କାଙ୍କଡପାଳର ଏକ ଝିଅକୁ ଭଲ ପାଇ ନିଜ ଘରେ ଏକମାସ ହେବ ରଖିଥିଲା । ଏ ସମ୍ପର୍କରେ ଅଭିଯୋଗେ ପାଇବା ପରେ ତ୍ତତତ୍କାଳୀନ ଆଇଆଇସି ପ୍ରମୋଦ ଲେଙ୍କା ଗୌରାଙ୍ଗକୁ ଗିରଫ କରି ବିରାଶାଳ ଡାକ୍ତରଖାନାରେ କୋଭିଡ୍ ପରୀକ୍ଷା କରାଇଥିଲେ । ପରେ ତାକୁ ଢେଙ୍କାନାଳ ପୋକସୋ ଅଦାଲତକୁ ଚାଲାଣ କରିଛନ୍ତି । ଏପଟେ ଯାଜପୁର ଜିଲ୍ଲାର କାଙ୍କଡପାଳର ଝିଅର ବୟସ ଜଣାପଡିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’