Masthead

ଦେଶରେ ବଢ଼ୁଛି ବେକାରୀ, ରୋଜଗାର ପାଇଁ ଚିନ୍ତାରେ ଗରିବ ଓ ମଧ୍ୟବିତ୍ତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ଲୋକଙ୍କ ଜୀବନ ଯାଉଛି । କେବଳ ଜୀବନ ନୁହେଁ, ଜୀବିକା ମଧ୍ୟ ଛଡ଼ାଇ ନେଉଛି ମହାମାରୀ । କରୋନା ଯୋଗୁଁ ଦେଶର ଦାରିଦ୍ର୍ୟ ବୃଦ୍ଧି ପାଇଛି । ମଧ୍ୟବିତ୍ତ ଗରିବ ଲୋକମାନଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡ଼ିଛି । ସେହିପରି ଦେଶରେ ବେକାରୀ ସମସ୍ୟା ବି ସଙ୍ଗୀନ ରୁପ ଧାରଣ କରିଛି । ଚଳିତବର୍ଷ ଏପ୍ରିଲ ମାସରୁ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି । ଆଉ ଏହା ପରଠାରୁ କ୍ରମାଗତ ଭାବେ ବେକାରୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ )ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ମାସରେ ଦେଶର ବେକାରୀ ହାର ୧୪.୫%ରେ ପହଞ୍ଚିଛି । ୨୦୨୦ରେ ମଧ୍ୟ ଏପ୍ରିଲ ଓ ମେ’ ମାସରେ ବେକାରୀ ସମସ୍ୟା ୨୩%ରେ ପହଞ୍ଚିଥିଲା । କିନ୍ତୁ ଏହାପରେ ଏଥିରେ ସୁଧାର ଆସିଥିଲା ।

ଚଳିତବର୍ଷ ମହାମାରୀ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ କାରଣରୁ ଏପ୍ରିଲ ମାସରେ ବେକାରୀ ହାର ୮%ରେ ପହଞ୍ଚିଥିଲା । ଆଉ ମେ’ ମାସରେ ଏହାର ସ୍ଥିତି ଆହୁରି ବିଗିଡ଼ି ଯାଇଛି । ତେବେ ଦେଶରେ ଏତେ ସଂଖ୍ୟକ ବେକାରୀ ସମସ୍ୟା ଅର୍ଥନୀତି ପାଇଁ ସଙ୍କଟ ଆଣିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ସେପଟେ ଲୋକଙ୍କ ପରିବାରର ଆୟ ବି ଗୁରୁତର ପ୍ରଭାବିତ ହୋଇଛି । ଗୋଟିଏ ବର୍ଷ ମଧ୍ୟରେ ଦେଶର ୫୫.୫ ପ୍ରତିଶତ ପରିବାରର ଆୟ କମିଛି । ସେହିପରି ୪୧.୫ ପ୍ରତିଶତ ପରିବାରର ଆୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦେଶର ମାତ୍ର ୩.୧ ପ୍ରତିଶତ ପରିବାରର ଆୟ ଆଗ ଅପେକ୍ଷା ଅଧିକ ରହିଛି । ତେବେ ସର୍ବମୋଟ ଦେଶରେ ୯୭ ପ୍ରତିଶତ ପରିବାରର ଆୟ ପ୍ରଭାବିତ ହୋଇଥିବା ସିଏମଆଇଇ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ