Masthead

ଆଜି କେନ୍ଦ୍ର ବଜେଟ୍, ମୋଦୀଙ୍କ ୩.୦ ପ୍ରଥମ ବଜେଟରେ କ’ଣ ରହିଛି ଜନତାଙ୍କ ପାଇଁ ବଡ ଉପହାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂସଦରେ ଆସୁଛି ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକସଭାରେ ୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏନ୍‌ଡିଏ ସରକାରଙ୍କ ବିକଶିତ ଭାରତ ସ୍ବପ୍ନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ବଜେଟରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇପାରନ୍ତି। ବିଶେଷ କରି ଆୟକର ଛାଡ଼ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବଢ଼ାଇବା ଲାଗି ସେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ରିଏଲ୍‌ ଇଷ୍ଟେଟ୍‌ ସେକ୍ଟର ମଧ୍ୟ ବଜେଟରୁ ଟିକସ ରିହାତି ପାଇବା ପାଇଁ ଆଶା ରଖିଛି। ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ରପ୍ତାନି ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ରପ୍ତାନୀ ନୀତିରେ ବି ସଂଶୋଧନ ହୋଇପାରେ। ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ କରାଯିବା ସହ ଷ୍ଟାର୍ଟଅପ୍ ଓ ଏମଏସଏମଇକୁ ଅଧିକ ଟିକସ ରିହାତି ମିଳିବ ବୋଲି ଆଶା କରାଯାଉଛି। ଏକ ପରିବେଶ ଅନୁକୂଳ ଭାରତ ଗଠନ ପାଇଁ ଗ୍ରୀନ୍ ଇନିସିଏଟିଭ୍କୁ ପ୍ରାଧାନ୍ୟ ମିଳିପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ।

ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର। ଦେଶର ଜିଡିପିରେ ପର୍ୟ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି। କିନ୍ତୁ ପର୍ଯ୍ୟଟନ ବଜେଟ୍ ମାତ୍ର ୨୪ ହଜାର କୋଟି। କୋଭିଡ୍ ପରେ ଘରୋଇ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର। ହେଲେ, ସେଥିପାଇଁ ନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମି। ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଘୋଷଣା କରିବେ ବୋଲି ଆଶା ରଖିଛି ପର୍ଯ୍ୟଟନ ଶିଳ୍ପ । ରିଅଲ ଇଷ୍ଟେଟ୍ ସଂଘ ମଧ୍ୟ ଅନେକ ଆଶା ରଖିଛି। କରୋନା ମହାମାରୀ ପରେ ଏଯାଏଁ ଠିକ୍ ଭାବେ ମୁଣ୍ଡ ଟେକିପାରିନି ରିଅଲ ଇଷ୍ଟେଟ୍ କ୍ଷେତ୍ର। ଏହାକୁ ତ୍ୱରାନ୍ୱିତ କରିବା ଲାଗି ଶସ୍ତା ବାସଗୃହ ନିର୍ମାଣରେ ବିଲ୍ଡରଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ବାସଗୃହ କ୍ରେତାଙ୍କ ଲାଗି କ୍ରେଡିଟ୍ ଲିଙ୍କ୍ ସ୍କିମ ସମ୍ପ୍ରସାରଣ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଘୋଷଣା ହେବ ବୋଲି ଆଶା କରାଯାଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ