Masthead

ବିଜେଡିକୁ ନେଇ ଜୟନାରାୟଣ ମିଶ୍ରଙ୍କ ଭବିଷ୍ୟବାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ନେଇ ଏମିତି ଭବିଷ୍ୟବାଣୀ କଲେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ବିଜେଡିର ଆୟୁଷ ବହୁତ୍ କମ ବୋଲି କହିଲେ ଜୟ ନାରାୟଣ । ବିଜେଡି ସରକାରକୁ ଫେରିବ ବୋଲି କହୁଛି, ପ୍ରଶ୍ନରେ କହିଲେ ସେତେବେଳ ଯାଏଁ ବଞ୍ଚିଥିବେ ତ ? ଆଗରୁ ବିରୋଧୀ ଏବେ ଶାସକ, କେମିତି ରହିଛି ଅନୁଭବ ପ୍ରଶ୍ନରେ କହିଲେ…ପରିବର୍ତ୍ତନ ଗଣତନ୍ତ୍ରର ଲକ୍ଷଣ । ସେମାନେ ଦିନେ ଶାସନର ଥିଲେ, ଏବେ ଆମେ ଅଛୁ । ମୁଁ ଆଗରୁ ମଧ୍ୟ ୯ ବର୍ଷ ସରକାରୀ ଦଳରେ ଥିଲି । ବିରୋଧୀ ଦଳ ଆସନରେ ବସିବା ଓ ଶାସକ ଦଳ ଆସନରେ ବସିବାରେ କିଛି ଫରକ ଲାଗୁନାହିଁ ।

ସେପଟେ ଗୃହରେ ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ନାରା ପ୍ରସଙ୍ଗରେ ଜୟନାରାୟଣ ମିଶ୍ର କହିଛନ୍ତି ରାମ ଭାରତର ଆରାଧ୍ୟ ଦେବତା । ତାଙ୍କ ନାଁ ନିଆଗଲା । ଜଗନ୍ନାଥଙ୍କ ନାଁ ବି ନିଆଯାଇଛି । ଆରାଧ୍ୟ ଦେବତା ଜଗନ୍ନାଥ ଏବଂ ଆରାଧ୍ୟ ଦେବତାଙ୍କ ନାଁ ନିଆଗଲା । ବିଜେଡ଼ି ପ୍ରତି ନରମ ଆଭିମୁଖ୍ୟ ରହୁଛି କି ପ୍ରଶ୍ନରେ କହିଲେ…କିଛି ନରମ ଆଭିମୁଖ୍ୟ ନାହିଁ । ଆମେ ରାଜନୈତିକ ଶିଷ୍ଟାଚାର ଜାଣିଛୁ । ଆମେ ରାଜନୈତିକ ଶିଷ୍ଟାଚାର ଅବଲମ୍ବନ କରୁଛୁ । ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଶିଷ୍ଟାଚାର ଜଣାନଥିଲା । ସେ କେବେ କାହାକୁ କେୟାର କରୁନଥିଲେ । ନବୀନଙ୍କୁ ରାଜନୈତିକ ଶିଷ୍ଟାଚାର ଜଣାନଥିବାରୁ ସେ ଭୁଲ କରୁଥିଲେ । ଆମେ ସେଭଳି ରାଜନୈତିକ ଶିଷ୍ଟାଚାର ବିହୀନ କାମ କରିବୁ ନାହିଁ । ବିରୋଧୀ ଦଳ ଗଠନ ମୂଳକ ପ୍ରସ୍ତାବ ଦେବା କଥା। ସରକାରୀ ଦଳ ଓ ବିରୋଧୀ ଦଳ ମିଶିକି ଦେଶ ଚଳାଇବେ । ବିରୋଧୀ ଦଳ ସରକାରଙ୍କ ଦୁର୍ବଳତା ଦେଖାଇବେ, ଆମେ ସୁଧାରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା