Masthead

ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନରେ ସରଗରମ ରହିବ ଗୃହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଗତକାଲି ପରି ଆଜି ବି ସରଗରମ ରହିପାରେ ଗୃହ। ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ନୂଆ ସରକାର। ଆଉ ନୂଆ ସରକାରଙ୍କ ପ୍ରଥମ ବିଧାନସଭା। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ। ଆଜି ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିବ ଓ ହୋହଲ୍ଲା ହେବ, ତା’ ଉପରେ ରହିଛି ନଜର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ସରକାର ଆଗରେ ଅଛି ସଶକ୍ତ ବିରୋଧୀ। ତେଣୁ ବିରୋଧୀକୁ ହ୍ୟାଣ୍ଡେଲ କରିବା ସରକାରଙ୍କ ପକ୍ଷେ ସେତେଟା ସହଜ ହେବନି।

ସୋମବାର ଏଏସଓଙ୍କୁ ମାଡ଼ ମରା ଘଟଣା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ। ଏପରିକି ରାଜ୍ୟପାଳଙ୍କ ଭାଷଣକୁ ମଧ୍ୟ ବର୍ଜନ କରିଥିଲେ। ଏହାରି ଭିତରେ ଦୃଷ୍ଟି ଆକର୍ଷଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଠାତ୍ ନିଜ ଆସନରେ ଛିଡ଼ା ହୋଇଯାଇଥିଲେ ନବୀନ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଆଉ ତାଙ୍କ ସମର୍ଥନ ଜଣାଇଥିଲେ ବିଜେଡି ଓ କଂଗ୍ରେସ। ଆଜି ମଧ୍ୟ ପୁଣି ସେସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ ଉଭୟ ବିଜେଡି ଓ କଂଗ୍ରେସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ