Masthead

2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି । ୨୦୨୭ ଜନଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜନଗଣନା ଆରମ୍ଭ ହେବ । ଚଳିତ ଥର ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ହେବ । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ଏବଂ ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା ।

ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜନଗଣନା ସହିତ ଜଡ଼ିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ । ପ୍ରଥମେ କର୍ମଚାରୀଙ୍କ ନିଯୁକ୍ତି, ତାଲିମ, ଫର୍ମାଟ୍‌ ପ୍ରସ୍ତୁତି ଏବଂ ଫିଲ୍ଡ୍‌ ୱାର୍କର ଯୋଜନା ପ୍ରସ୍ତୁତି କରାଯିବ । କରୋନା ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା ।

ଏଥର ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ । ତୁଷାରପାତ ହେଉଥିବା ରାଜ୍ୟ ଗୁଡ଼ିକରେ ୨୦୨୬ ଅକ୍ଟୋବରରେ ଆରମ୍ଭ ହେବ ଜନଗଣନା। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ତୁଷାରପାତ ହେଉଥିବା ଅଞ୍ଚଳ ଗୁଡ଼ିକରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ ହେବ । ଏହି ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ମଧ୍ୟ ସ୍ଥାନ ପାଇବ ବୋଲି ସୂଚନା ମିଳିଛି ।

ଦେଶରେ ଜନଗଣନା ଶେଷ ଥର ପାଇଁ ୨୦୧୧ରେ ହୋଇଥିବା ବେଳେ, ଦୀର୍ଘ ୧୬ ବର୍ଷ ପରେ ଏହା ପୁଣି ହେବାକୁ ଯାଉଛି । ତେବେ ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ୟ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଢରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ