Masthead

ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା

ବରୀ (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲାରେ ଦିନ କୁ ଦିନ ଡାଇରିଆ/ହଇଜା ବ୍ୟାପୁଥିବାରୁ ସ୍ଥିତି ଥମିବା ନା ଧରୁନି। ଯାହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁରରେ ପହଞ୍ଚି ସ୍ଥିତି ପରଖିବା ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି। ବରୀ ଅଞ୍ଚଳରେ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ। ଯଦିଓ ବରୀରେ ସ୍ଥିତି ନିୟନ୍ତ୍ରଣରେ ରହିଛି ତଥାପି କେତେକ ଗାଁରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି ବୋଲି ବରୀ ବଜାର ସ୍ଥିତ ଡାକ ବଙ୍ଗଳାରେ ବରୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗକୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ବରୀର ଜନ ସାଧାରଣ କିପରି ସୁରକ୍ଷିତ ରହିବେ ସେ ନେଇ ଗୁରୁତ୍ଵ ଦେଇଛନ୍ତି ବିଧାୟକ। ପ୍ରାଥମିକ ପଦକ୍ଷେପ ଭାବେ ନଳକୂପ, କୂଅ, ଓ ପାନୀୟ ଜଳ ଯୋଗାଣ ହେଉଥିବା ଓଭର୍ ହେଡ ଟାଙ୍କି ଗୁଡ଼ିକୁ ବିଶୋଧନ କରିବାକୁ ବ୍ଲିଚିଂ ପାଉଡର ଶନିବାର ଠାରୁ ପକାଯାଇଛି। ବରୀର ବିଭିନ୍ନ ବଜାର ଓ ଛକରେ ଥିବା ଉଠା ଦୋକାନରେ ବିକ୍ରି ହେଉଥିବା ଗୁପଚୁପ, ଦହିବରା, ଫାଷ୍ଟଫୁଡ଼, ହୋଟେଲ, ଓ ଢ଼ାବାକୁ ଦୁଇ ସପ୍ତାହ ବନ୍ଦ ରଖିବାକୁ ତହସିଲ ପକ୍ଷରୁ ନୋଟିସ ଜାରି କରାଯାଇଛି।

ଅସ୍ୱାସ୍ଥ୍ୟକର ପରିବେଶରେ ଚାଲୁଥିବା ହୋଟେଲ ଓ ଜଳଖିଆ ଦୋକାନ ଯାଞ୍ଚ କରିବା ସହ ସିଲ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ସେପଟେ ସଂକ୍ରମଣ ଅଞ୍ଚଳ ଦେଇ ବିରୂପା, ବ୍ରାହ୍ମଣୀ ଖରସ୍ରୋତା ନଦୀର ପାଣି ବରୀ ଅଞ୍ଚଳରେ ପ୍ରଭାବିତ ହେଉଥିବାରୁ ନଦୀ କୂଳିଆବାସୀଙ୍କୁ ସଚେତନ କରିବାକୁ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ପରାମର୍ଶ ଦେଇଛନ୍ତି। ପ୍ରଶାସନ ଚାପଗସ୍ତ ନହୋଇ ବରୀ ର ଜନ ସାଧାରଣ ଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ୪ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ବିଡ଼ିଓ ଅସିତ୍ କୁମାର ମହାନ୍ତି, ତହସିଲଦାର ଦିପ୍ତିମୟୀ ବେହେରା, ପୋଲିସ ଅଧିକାରୀ, ବ୍ଲକର କର୍ମଚାରୀ, ଓ ୫ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା