Masthead

କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାର ସମନ୍ୱୟ ରଖି କାର୍ଯ୍ୟ କରନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବୁଧବାର ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅମ୍ଳଜାନ ଓ ଔଷଧ ଯୋଗାଣ ଓପରେ ଏହି ବୈଠକରେ ସମୀକ୍ଷା କରାଯାଇଛି । ଅକ୍ସିଜେନ ଅଭାବ ନେଇ କେତେକ ରାଜ୍ୟ ବାରମ୍ବାର ଅଭିଯୋଗ କରୁଥିବାରୁ ଏହା କିପରି ଦୂର ହେବ ଏନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କୁ ଏନେଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅକ୍ସିଜେନର ଆବଶ୍ୟକତା ୩ଗୁଣରୁ ଅଧିକ ବଢ଼ିଯାଇଥିବା ନେଇ ପ୍ରଧାନମନ୍ତ୍ରୀ ଅବଗତ କରାଇଛନ୍ତି ।

କେତେ ଅକ୍ସିଜେନ ଉପଲବ୍ଧ ହେଉଛି, କରୋନା ମୁକାବିଲା ପାଇଁ କେତେ ପରିମାଣର ଔଷଧ ମହଜୁଦ ରହିଛି, ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରାଯାଇଛି । କିଛି ରାଜ୍ୟରେ ଭେଂଟିଲେଟର କାର୍ଯ୍ୟକ୍ଷମ ନହୋଇ ପଡିଥିବା ବେଳେ ଏଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦେଶର ଫାର୍ମାଚ୍ୟୁଟିକାଲ କ୍ଷେତ୍ର ବେଶ ପ୍ରଭାବଶାଳୀ, ଆବଶ୍ୟକ ଔଷଧ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସେମାନଙ୍କ ସହ ସମନ୍ୱୟ ରତ୍କ କାର୍ଯ୍ୟ କରିଆସୁଛି । ରେମଡେସିଭିର୍ ସମେତ କୋଭିଡ ପାଇଁ ଆବଶ୍ୟକ ଔଷଧ କିପରି ଉପଲବ୍ଧ ହେବ ଏହା ଉପରେ ନଜର ରଖିଛନ୍ତି କେନ୍ଦ୍ର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ