Masthead

ଦିବ୍ୟାଙ୍ଗଙ୍କ ମୁଣ୍ଡରେ ସିନ୍ଦୂର ଦେଲେ ଆଉ ଜଣେ ଦିବ୍ୟାଙ୍ଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):  ନିଆର ବାହାଘର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଲେଜ ଛକ ନିକଟ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ହୋଇଛି ନିଆରା ବାହାଘର । ସାହାନାଇ, ଶଙ୍ଖ ଧ୍ୱନି, ହୁଳହୁଳି, ସାଙ୍ଗକୁ ପୁରହିତଙ୍କ ମନ୍ତ୍ରପାଠ ମଧ୍ୟରେ ଶେଷ ହୋଇଛି ବାହାଘର । ରୁଣ୍ଡ ହୋଇଥିଲେ ବନ୍ଧୁବାନ୍ଧବ ,ସାଇପଡ଼ିଶା ଓ ଗ୍ରାମବାସୀ । ସମସ୍ତଙ୍କ ଉପସ୍ଥିତିରେ ପ୍ରଦୀପ ଗାୟତ୍ରୀଙ୍କ ମଥାରେ ସିନ୍ଦୂର ଦେଇଥିଲେ । ଅଗ୍ନିକୁ ସାକ୍ଷୀରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରଛନ୍ତି । ଅଧାରାସ୍ତାରେ କେହି କାହାର ହାତ ଛାଡିବେ ନାହିଁ ବୋଲି ଶପଥ ମଧ୍ୟ ନେଇଛନ୍ତି ।

ତେବେ ଏହି ବାହାଘର ବିଶେଷତ୍ୱ ହେଉଛି ବର ପ୍ରଦୀପ ଓ କନିଅାଁ ଗାୟତୀ ଶୁଣିପାରନ୍ତି ନାହିଁ । କଥା ମଧ୍ୟ କହିପାରନ୍ତି ନାହିଁ । ସବୁଠାରୁ କୌତୁହଳ ବିଷୟ ହେଲା ଏଇ ବାହାଘରର ମଧ୍ୟସ୍ତି ଥିଲେ ଜଣେ ଦିବ୍ୟାଙ୍ଗ । ଧାନଖଣିଅ ଗାଁର ପ୍ରଦୀପ ନାଥ । ଜନ୍ତୁଆଳି ଗାଁର ଗାୟତ୍ରୀ ନାଥ । ଉଭୟଙ୍କୁ ଦେଖିଲେ କେହି କହିପାରିବେ ନାହିଁ ଏମାନେ ଦିବ୍ୟାଙ୍ଗ । ସେମାନେ ଦିବ୍ୟାଙ୍ଗ ମିଳିତ ମଞ୍ଚରେ ସଦସ୍ୟ । ଜଣେ ଦିବ୍ୟଙ୍ଗ ମଧ୍ୟସ୍ତିରେ ଉଭୟ ପରିବାର ଦେଖାଚାହାଁ ହେଲା । ଆଉ ଉଭୟ ପରିବାରର ସହମତିରେ ମନ୍ଦିରରେ ପ୍ରଦୀପ ଗାୟତ୍ରୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଏହି ବିବାହରେ ଉଭୟ ପରିବାର ଆଉ ଗ୍ରାମବାସୀ ବେଶ ଖୁସି । ଏମିତି ଏକ ନିଆରା ବାହାଘର ଦେଖିବାକୁ ମନ୍ଦିର ପାଖରେ ଭିଡ ଜମିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ