ହୋମ ଆଇସୋଲେସନ୍ ବ୍ୟକ୍ତିଙ୍କୁ ମିଳିବ ଫାଭିପିରାଭିର ଚିକିତ୍ସା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡ଼ ସଂକ୍ରମଣ ଲକ୍ଷଣ ବିହୀନ ବା ଲକ୍ଷଣଯୁକ୍ତ ବେଶି ସଂଖ୍ୟକ ବ୍ୟକ୍ତିମାନେ ହୋମ ଆଇସୋଲେସନ ଚିକିତ୍ସା ପଦ୍ଧତି ଗ୍ରହଣ କରିଥିବାରୁ ଏହାକୁ ଅଧିକ ସଫଳ କରିବା ପାଇଁ ସରକାର ଫାଭିଫିରାଭିର ଚିକିତ୍ସା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ମହାପାତ୍ର ଫାଭିଫିରାଭିର ଚିକିତ୍ସା ପଦ୍ଧତି ବିଷୟରେ ଆଲୋଚନା କରିଥିଲେ ।
ଆର.ଆର.ଟିର ସଦସ୍ୟମାନେ ହୋମ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଫାଭିଫିରାଭିରର ପ୍ରୟୋଗ ପାଇଁ ସେ ଯୋଗ୍ୟକି ନୁହେଁ ତାହା ନିର୍ଦ୍ଧାରଣ କରିବେ । ଡାକ୍ତରଙ୍କ ପରାମର୍ଶ ଏବଂ ପୁର୍ଣ୍ଣ ସତର୍କତାର ସହିତ ଏହି ଔଷଧ ପ୍ରୟୋଗ କରାଯିବ । ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱରରୁ ଏହି ଚିକିତ୍ସା ଆରମ୍ଭ କରିବାକୁ ନିଷ୍ପତି ହୋଇଥିଲା । ଔଷଧର ବ୍ୟବହାର, ଏହାର ସମ୍ଭାବ୍ୟ ପାଶ୍ୱର୍ ପ୍ରଭାବ, ସତର୍କତା ଏବଂ ଔଷଧ ଆରମ୍ଭ ସହ କଣ କଣ କରିବାକୁ ହେବ, ଆଦି ବିଷୟରେ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସବିଶେଷ ଭାବେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଆର.ଆର.ଆର ଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ କଥା ଜାଣି, ବୁଝିବା ପରେ ଔଷଧ ନେବା ପାଇଁ ସୀକୃତି ଦେଉଥିବା ବ୍ୟକ୍ତି ମାନଙ୍କୁ ଏହି ଚିକିତ୍ସା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’