Masthead

ହୋମ ଆଇସୋଲେସନ୍ ବ୍ୟକ୍ତିଙ୍କୁ ମିଳିବ ଫାଭିପିରାଭିର ଚିକିତ୍ସା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡ଼ ସଂକ୍ରମଣ ଲକ୍ଷଣ ବିହୀନ ବା ଲକ୍ଷଣଯୁକ୍ତ ବେଶି ସଂଖ୍ୟକ ବ୍ୟକ୍ତିମାନେ ହୋମ ଆଇସୋଲେସନ ଚିକିତ୍ସା ପଦ୍ଧତି ଗ୍ରହଣ କରିଥିବାରୁ ଏହାକୁ ଅଧିକ ସଫଳ କରିବା ପାଇଁ ସରକାର ଫାଭିଫିରାଭିର ଚିକିତ୍ସା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ମହାପାତ୍ର ଫାଭିଫିରାଭିର ଚିକିତ୍ସା ପଦ୍ଧତି ବିଷୟରେ ଆଲୋଚନା କରିଥିଲେ ।
ଆର.ଆର.ଟିର ସଦସ୍ୟମାନେ ହୋମ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଫାଭିଫିରାଭିରର ପ୍ରୟୋଗ ପାଇଁ ସେ ଯୋଗ୍ୟକି ନୁହେଁ ତାହା ନିର୍ଦ୍ଧାରଣ କରିବେ । ଡାକ୍ତରଙ୍କ ପରାମର୍ଶ ଏବଂ ପୁର୍ଣ୍ଣ ସତର୍କତାର ସହିତ ଏହି ଔଷଧ ପ୍ରୟୋଗ କରାଯିବ । ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱରରୁ ଏହି ଚିକିତ୍ସା ଆରମ୍ଭ କରିବାକୁ ନିଷ୍ପତି ହୋଇଥିଲା । ଔଷଧର ବ୍ୟବହାର, ଏହାର ସମ୍ଭାବ୍ୟ ପାଶ୍ୱର୍ ପ୍ରଭାବ, ସତର୍କତା ଏବଂ ଔଷଧ ଆରମ୍ଭ ସହ କଣ କଣ କରିବାକୁ ହେବ, ଆଦି ବିଷୟରେ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସବିଶେଷ ଭାବେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଆର.ଆର.ଆର ଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ କଥା ଜାଣି, ବୁଝିବା ପରେ ଔଷଧ ନେବା ପାଇଁ ସୀକୃତି ଦେଉଥିବା ବ୍ୟକ୍ତି ମାନଙ୍କୁ ଏହି ଚିକିତ୍ସା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ