Masthead

ସୁଶାସନରେ ପରିଶ୍ରମ କରିଥିଲେ କଂଗ୍ରେସର ଏଭଳି ଦୟନୀୟ ସ୍ଥିତି ହୋଇନଥାନ୍ତା: ମୋଦି

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ନିର୍ବାଚନୀ ରାଲିରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ । ସାଧାରଣ ଲୋକଙ୍କ ସମସ୍ୟାର ସ୍ୱର ଉଠାଉଥିବା, ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ଏବଂ ସ୍ୱାର୍ଥପର ରାଜନୀତିକୁ ପ୍ରହାର କରୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ଘୃଣା କରେ । କର୍ଣ୍ଣାଟକ ବିଦରରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ମୋତେ ପୁଣି ଦୁର୍ବ୍ୟବହାର କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଲୋକମାନେ ମୋତେ ୯୧ଥର ଦୁର୍ବ୍ୟବହାର କରିସାରିଛନ୍ତି। ଏଥିରେ ସମୟ ନଷ୍ଟ ନକରି ଯଦି ସୁଶାସନରେ ପରିଶ୍ରମ କରିଥାନ୍ତା ତାହେଲେ କଂଗ୍ରେସର ଆଜି ଏଭଳି ଦୟନୀୟ ସ୍ଥିତି ହୋଇନଥାନ୍ତା ।

ବିଜେପି କୋଟି କୋଟି ମା’ ଓ ଭଉଣୀଙ୍କ ବ୍ୟାଙ୍କରେ ଖାତା ଖୋଲିଛି। ସରକାରୀ ସହାୟତା ଯେପରି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ବ୍ୟବସ୍ଥା ମଧ୍ୟ କରିଛି। ବିନା ଗ୍ୟାରେଣ୍ଟିରେ କିପରି ଋଣ ମିଳିପାରିବ ସେ ବ୍ୟବସ୍ଥା କରିବା ସହିତ ମାଗଣା ରାଶନ ଯୋଗାଇ ଦେଇଛି ବୋଲି ମୋଦି କହିଛନ୍ତି। ଭାଜପା ଦେଶସେବା କାର୍ୟ୍ୟ କରୁଥିବାବେଳେ କଂଗ୍ରେସ କେବଳ ସମାଜକୁ ଭାଗ ଭାଗ କରିଛି। ଜାତି, ଧର୍ମ, ମତ ଏବଂ ବିଶ୍ୱାସ ଆଧାରରେ ଦେଶକୁ ବିଭକ୍ତ କରିଛି। ଶାସନ ଆଳରେ କେବଳ ତୁଷ୍ଟୀକରଣକୁ କଂଗ୍ରେସ ପ୍ରୋତ୍ସାହନ ଦେଇଛି। ମୋଦି ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ କର୍ଣ୍ଣାଟକରେ କଂଗ୍ରେସ ସରକାର ଥିଲା, ଗରିବଙ୍କୁ ଆବାସ ଯୋଜନାକୁ ମନ୍ଥର କରିଥିଲା। କଂଗ୍ରେସ କେବେ ଗରିବଙ୍କ ସମସ୍ୟାକୁ ବୁଝିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ