ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀ ମେରୁଦଣ୍ଡ

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ଖଡିକାପଦା ପଞ୍ଚାୟତ ଓ ଦାମାହୁଦା ପଞ୍ଚାୟତର ବିଭିନ୍ନ ସ୍ଥାନରେ କିଛି ସମୟ ଧରି ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ହଠାତ୍ ଅଦିନିଆ ବର୍ଷା ଓ କୁଆ ପଥର ଯୋଗୁ କୋବି, ଟମାଟୋ, ବାଇଗଣ, ଲଙ୍କା , ବରକୋଳି, ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଫଳରେ ବହୁ ଖର୍ଚ୍ଚାନ୍ତ ଓ ପରିଶ୍ରମ କରି ପନିପରିବା ଚାଷ କରିଥିବା ଗରିବ ଚାଷୀମାନେ କ୍ଷତି ସହୁଛନ୍ତି।

ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ରେ ପନିପରିବା ଚାଷ ନଷ୍ଟ ହୋଇ ଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଖଡିକାପଦା ପଞ୍ଚାୟତ ଗୋହିରା ସାହିର ବାସୁଦେବ ମହାନ୍ତ ଓ ଦାମାହୁଦା ପଞ୍ଚାୟତ ଗୋଜାପଥର ଗାଁର ହୃଷୀକେଶ ମହାନ୍ତ ଚାଷୀ କହିଛନ୍ତି, ‘ଆମେ କଠିନ ପରିଶ୍ରମ କରିଥିଲୁ ଏବଂ ପନିପରିବା ଚାଷ କରିଥିଲୁ। କିନ୍ତୁ ଏଭଳି ବର୍ଷା ଯୋଗୁ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସରକାର କ୍ଷତିଗ୍ରସ୍ତ ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’