Masthead

କ୍ଷମା ମାଗିଲା ଆମେରିକା, କାବୁଲ ଡ୍ରୋନ ଷ୍ଟ୍ରାଇକ ଭୁଲ ଥିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କାବୁଲ ଏୟାରପୋର୍ଟରେ ହୋଇଥିବା ଡ୍ରୋନ ଷ୍ଟ୍ରାଇକ ଭୁଲରେ ହୋଇଥିଲା । ମୃତ ବ୍ୟକ୍ତିଙ୍କର ଆଇଏସଆଇଏସ-କେ ସହ କୌଣସି ସମ୍ପର୍କ ନାହିଁ । ଏମିତି ଏକ ବୟାନ ଦେଇ ଭୁଲ ଡ୍ରୋନ ଆକ୍ରମଣ ପାଇଁ କ୍ଷମା ମାଗିଛି ଆମେରିକା । ଗତ ମାସରେ କାବୁଲରେ ଆମେରିକା ତରଫରୁ ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିଲା ଡ୍ରୋନ ଷ୍ଟ୍ରାଇକ । ଏଥିରେ ଶିଶୁଙ୍କ ସମେତ ମୋଟ ୧୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏକ ସନ୍ଦିଗ୍ଧ ଆଇଏସଆଇଏସ ଅପରେସନକୁ ଟାର୍ଗେଟ କରିବା ପାଇଁ କାବୁଲ ବିମାନବନ୍ଦର ଉପର ଆକ୍ରମଣ କରିଥିଲା ଆମେରିକା ।

ଏନେଇ ଏବେ କ୍ଷମା ମାଗିଛନ୍ତି ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଜେନେରାଲ କେନେଥ ମ୍ୟାକେଞ୍ଜି । ଏକ ଅନୁସନ୍ଧାନ ପରେ ସେ କହିଛନ୍ତି ଯେ, ଏହି ଆକ୍ରମଣ ଏକ ଭୁଲ ଥିଲା । ଏଥିରେ ପ୍ରାଣ ହରାଇଥିବା ସାଧାରଣ ଲୋକଙ୍କ ପରିବାରକୁ ଆମେ କ୍ଷମା ପ୍ରାର୍ଥନା ମାଗୁଛୁ । ଏହି ଭୁଲରୁ ଆମେ ବହୁତ ବଡ଼ ଶିକ୍ଷା ମଧ୍ୟ ପାଇଛୁ । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାର ଯୋଜନା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା