Masthead

ରାଜ୍ୟ ସରକାରଙ୍କ ବୁକଲେଟରେ ମିଛ ପ୍ରଚାର

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଧର୍ମାନୁଷ୍ଠାନ ନା ରେ ମିଛ ପ୍ରଚାର। ଦାନ ଦକ୍ଷିଣା ଏବଂ ବିଜେପି ବିଧାୟକଙ୍କ ମିଳିତ ପ୍ରୟାସରେ ତିଆରି କରିଥିବା ମନ୍ଦିରକୁ ସରକାରୀ ଅନୁଦାନ ୨୫ଲକ୍ଷ ବ୍ୟୟ ଅଟକଳରେ ହୋଇଥିବା ନେଇ କରୁଛନ୍ତି ପ୍ରଚାର। ରାଜ୍ୟ ସରକାର ଜନସାଧାରଣଙ୍କୁ ବନାଉଛନ୍ତି ବୋକା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ସେଁପୂର୍ ଗ୍ରାମରେ। କେବଳ ବିକାଶ ନାଁ ରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ଏବେ ଦେଖିବାକୁ ମିଳିଛି।

ସେଁପୂର୍ ଗ୍ରାମରେ ରାଜ୍ୟ ସରକାର ରାଧାକୃଷ୍ଣ ମନ୍ଦିର ନିର୍ମାଣ କରିପାରିଲେ ନାହିଁ କିନ୍ତୁ ଗ୍ରାମବାସୀଙ୍କ ପ୍ରୟାସରେ ନିର୍ମାଣ ହୋଇଥିବା ମନ୍ଦିରକୁ ତାଙ୍କ ବୁକଲେଟରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନ୍ଦିର ନିର୍ମାଣ କରାଯାଇଥିବା ନେଇ ଅପପ୍ରଚାର କରୁଥିବା ନେଇ ଗ୍ରାମବାସୀ ବିରୋଧ କରିଛନ୍ତି। ୨୦୦୯ରେ ଗ୍ରାମବାସୀ ନିଜ ପରିଶ୍ରମ ପଇସାରେ ମନ୍ଦିର କାମ ଆରମ୍ଭ କରିଥିଲେ। ଧୀରେ ଧୀରେ କାମ ଆଗକୁ ବଢ଼ି ଚାଲିଲା। ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାଏକ ନିଜ ବିଧାୟକ ପାଣ୍ଠିରୁ ୧୧ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଥିଲେ। ବର୍ତ୍ତମାନ ୧୫ ବର୍ଷ ପରେ ମନ୍ଦିର କାମ ସଂପୂର୍ଣ୍ଣ ହେବାକୁ ଆସିଲା।

ଏବେ ୨୫ ଲକ୍ଷ୍ୟ ଟଙ୍କା ଅନୁଦାନ ରାଜ୍ୟ ସରକାର ଦେଇଥିବା ପ୍ରଚାର କରୁଛନ୍ତି। ୧୫ ବର୍ଷ ଧରି ନିର୍ମାଣ ଚାଲିଥିବା ମନ୍ଦିର, ଯାହା ଗ୍ରାମବାସୀଙ୍କ ପରିଶ୍ରମ ଏବଂ ଦାନ ଦକ୍ଷିଣ ର ପଇସାରେ ନିର୍ମିତ। ଏବେ ୬ ମାସ ତଳେ ଆରମ୍ଭ ହେଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ବୁକଲେଟ୍ ରେ କେମିତି ପ୍ରକାଶ ପାଇଲା। ଖାଲି ସେତିକି ନୁହେଁ ପ୍ରତି ପଞ୍ଚାୟତର ବୁକଲେଟ୍ ରେ କେନ୍ଦ୍ର ସରକାର ଅନୁଦାନରେ ହେଇଥିବା ଉତ୍କେଳା ବିମାନବନ୍ଦର, ଏବଂ ସହିଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ୍ ମଧ୍ୟ ପ୍ରକାଶ ପାଇଛି।

ସେପଟେ ବିଡିଓଙ୍କୁ ପଚାରିବାରୁ କହିଛନ୍ତି ମୁଁ ନୂଆ ଆସିଛି । ଏ ବିଷୟରେ କିଛି ଜାଣିନି । ପଚାରି କି କହିବି ବୋଲି କହିଛନ୍ତି ବିଡିଓ । ଲୋକଙ୍କ ପରିଶ୍ରମ ଉପରେ କାହିଁକି ନିଜ ଷ୍ଟାମ୍ପ ଲଗାଉଛନ୍ତି ରାଜ୍ୟ ସରକାର? ନିର୍ବାଚନ ପାଖେଇ ଆସିଲା ବେଳେ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ଏବଂ ଶ୍ରେୟ ନେବାରେ ବ୍ୟସ୍ତ ରାଜ୍ୟ ସରକାର। ରାଜ୍ୟ ସରକାର ମାଗିଲେ ଦେଉନାହାନ୍ତି ଅଥଚ ମିଛ ପ୍ରଚାର କାହିଁକି କରୁଛନ୍ତି ବୋଲି ସାଧାରଣରେ ଉଠିଛି ପ୍ରଶ୍ନବାଚୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା