Masthead

ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା । ପୁଣି ତେଜିଲା ଆମେରିକା-ଋଷ ବିବାଦ । କୃଷ୍ଣସାଗର ଉପରେ ଋଷର ଦୁଇଟି ଜେଟ୍, ଆମେରିକାର ଏକ ଡ୍ରୋନ୍ ମାରି ଖସାଇ ଦେଇଛି । ଆମେରିକା ସେନା ପକ୍ଷରୁ ଏକ ବିବୃତି ଜାରି କରି ଏହି ସୂଚନା ଦିଆଯାଇଛି । କୁହାଯାଇଛି ଯେ, କୃଷ୍ଣ ସାଗର ଉପରେ ସବୁଦିନ ଭଳି ମାନବବିହୀନ ଡ୍ରୋନ୍ ଏମକ୍ୟୁ-ନାଇନ୍ ପାଟ୍ରୋଲିଂ କରୁଥିଲା ।

ଋଷର ଦୁଇଟି ସୁଖୋଇ-୨୭ ଯୁଦ୍ଧ ବିମାନ ମଧ୍ୟ ନିଜ ସୀମା ମଧ୍ୟରେ ପାଟ୍ରୋଲିଂ କରୁଥିଲେ । ହେଲେ ୠଷର ଜେଟ୍ ଡ୍ରୋନ୍ ସମ୍ମୁଖକୁ ଚାଲିଆସିଥିଲା । ଜେଟର ୱିଙ୍ଗ ଡ୍ରୋନରେ ବାଜିବା ଦ୍ୱାରା ଡ୍ରୋନ୍ କ୍ଷତିଗ୍ରସ୍ତ ହୋଇଛି । ଋଷ ଜାଣିଶୁଣି ଏପରି କରିଥିବା କହିଛି ଆମେରିକା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ସୂଚନା ଅନୁସାରେ ଆମେରିକା ଡ୍ରୋନକୁ ୪୦ ମିନିଟ୍ ଧରି ଘେରିଲା ଋଷ ବିମାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ