Masthead

ସାର୍ବଜନୀନ ହେବ ଟିକା ଫର୍ମୁଲା

ୱାସିଂଟନ(ବଡ଼ ଖବର ବ୍ୟୁରୋ): କୋଭିଡ଼ ଟିକା ଉପରୁ ଉଠିବ ପେଟେଣ୍ଟ । ଉପକୃତ ହେବେ ଅନେକ ଗରିବ ରାଷ୍ଟ୍ର । ଭାରତ ଓ ଦକ୍ଷିଣ ଆଫ୍ରିକା ଦେଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ସମର୍ଥ ମିଳିଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନ ସହ ମଧ୍ୟ ଆଲୋଚନା କରାଯିବ । ଏହି ଖବର ଆସିବା ପରେ ଏବେ ଗରିବ ରାଷ୍ଟ୍ରମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । କରୋନା ପାଇଁ ସବୁ ଆଡ଼େ ହା ହା କାର । ଟିକା ପାଇଁ ସଂଘର୍ଷ କରୁଛନ୍ତି ଅନେକ ଦେଶ । ଏହି ସମୟରେ ଟିକା ଉପରେ ଲାଗିଥିବା ପେଟେଣ୍ଟ ଉଠାଇବାକୁ ଅନେକ ଦେଶ ଦାବି କରୁଥିଲେ ।

ମହାମାରୀ ବିରୋଧରେ ଲଢ଼ିବାକୁ ସହଯୋଗର ହାତ ବଢ଼ାଇଛି ଯୁକ୍ତରାଷ୍ଟ୍ର ଆମେରିକା । ଭାରତ ଓ ଦକ୍ଷିଣ ଆଫ୍ରିକା କରୋନା ଟିକାକୁ ନେଇ ଦେଇଥିବା ପ୍ରସ୍ତାବକୁ ବାଇଡେନଙ୍କ ପ୍ରଶାସନର ସମର୍ଥନ ମିଳିଛି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ପ୍ରତିନିଧି କ୍ୟାଥେରାଇନ ତାଇ ଜଣାଇଛନ୍ତି । ଏକ ବିବୃତିରେ କ୍ୟାଥେରାଇନ କହିଛନ୍ତି ବ୍ୟବସାୟ ପାଇଁ ବୌଦ୍ଧିକ ସମ୍ପତ୍ତି ସତ୍ୱ ଗୁରୁତ୍ୱପୂର୍ଣ୍ଣ । ତଥାପି ମହାମାରୀ ବିରୋଧରେ ଆମେରିକା ନିରାପତ୍ତାକୁ ଉଠାଇବାକୁ ସମର୍ଥନ କରୁଛି । ଏ ବାବଦରେ ବିଶ୍ୱ ବାଣିଜିକ ସଂଗଠନ ସହ ମଧ୍ୟ ଅ÷ଆଲୋଚନା କରାଯିବ । ଟିକା ଉପରୁ ପେଟେଣ୍ଟ ଉଠାଇବାକୁ ବୁଧବାର ସମର୍ଥନ କରିଛି ଆମେରିକା । ଏହା ଦ୍ୱାରା ବହୁ ଗରିବ ରାଜ୍ୟ ଉପକୃତ ହେବେ । ଯେଉଁ ରାଷ୍ଟ୍ରଗୁଡ଼ିକ ଅନ୍ୟ ରାଷ୍ଟ୍ରରୁ ଟିକା ଆମଦାନୀରେ ଅସମର୍ଥ ସେମାନଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛି ।

ସଙ୍କଟ ମଧ୍ୟରେ ଗତି କରୁଛି ବିଶ୍ୱ । ଆଉ ଏହି ସମୟରେ ଟିକା ଉପରୁ ପେଟେଣ୍ଟ ଉଠାଇବା ଜରୁରୀ ହୋଇ ପଡ଼ିଛି । ଆମେରିକା ବି ଟିକାରୁ ଆଇ ପି ପ୍ରୋଟେକ୍ସନ ଛାଡ଼ କରିବା ଯୋଜନାକୁ ସମର୍ଥ କରିବାକୁ ଚେଷ୍ଟା ଚଳାଇଛି । କାରଣ ଟିକାର ଅଧିକ ଉତ୍ପାଦନ ନିତ୍ୟାନ୍ତ ଜରୁରୀ । ଗୋଟିଏ କିମ୍ବା ଦୁଇଟି କମ୍ପାନୀ ସାରା ବିଶ୍ୱକୁ ଟିକା ଯୋଗାଇବାରେ ସମର୍ଥ ହୋଇ ପାରିବେ ନାହିଁ । ଆଉ ଅଧିକ ଟିକା ପାଇଁ ଔଷଧ ନିର୍ମାଣକାରୀ କମ୍ପାନୀମାନଙ୍କୁ ଅନୁମତି ଦିଆଯାଉ ବୋଲି ଭାରତ ମଧ୍ୟ ବିଶ୍ୱ ବାଣିଜ୍ୟ ସଙ୍ଗଠନ ନିକଟରେ କେବେଠୁ ଦାବି କରି ଆସୁଛି । ଯାହାକୁ ପ୍ରମୁଖ ଔଷଧ କମ୍ପାନୀମାନେ ବିରୋଧ କରିଆସୁଛନ୍ତି । ମହାମାରୀରେ ଜୁଝୁଛି ସାରା ବିଶ୍ୱ । ଆଉ ଏପରି ପରିସ୍ଥିତିରେ ନୂତନ ପଦକ୍ଷେପ ଜରୁରୀ ହୋଇପଡ଼ିଛି । ସାଧାରଣ ଔଷଧ କମ୍ପାନୀଗୁଡିକ ଟିକା ଉତ୍ପାଦନ କଲେ ଅଧିକ ମାତ୍ରାରେ ଉପଲବ୍ଧ ହେବ । ଯାହାକି ମହାମାରୀ କବଳରୁ ଲୋକଙ୍କୁ ସୁରକ୍ଷିତ କରିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ