Masthead

ଭାଜପା-ଓୱେସି ରାମ-ଶ୍ୟାମ ଯୋଡ଼ି: ସଞ୍ଜୟ ରାଉତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ ଶିବସେନା ଉଦ୍ଧବ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଭାଜପା ଏବଂ ଆସାଦୁଦ୍ଦିନ ଓୱେସି ହେଉଛନ୍ତି ରାମ-ଶ୍ୟାମ ଯୋଡ଼ି। ସାବରକରଙ୍କ ପୁଣ୍ୟ ତିଥିରେ ସାବରକରଙ୍କୁ ମନେପକାଇ କହିଛନ୍ତି ଶିବସେନା ଏକାକି ନିର୍ବାଚନ ଲଢ଼ିବ। ବୀର ସାବରକର ମହାରାଷ୍ଟ୍ରର କିମ୍ବଦନ୍ତୀ ଥିଲେ। ସେ ମହାରାଷ୍ଟ୍ରର ସାହସୀ ପୁତ୍ର। କେନ୍ଦ୍ର ସରକାର ତାଙ୍କୁ ଭାରତ ରତ୍ନ ଦେବା ଉଚିତ।

ସାବରକର ୨୮ ମେ ୧୮୮୩ରେ ଭାଗୁରରେ ଜନ୍ମଗ୍ରହଣ କରିଥିଲେ। ୨୬ ଫେବୃୟାରୀ ୧୯୬୬ରେ ମୁମ୍ବାଇଠାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପୁଣ୍ୟତିଥି ଅବସରରେ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ ନାଶିକର ଭାଗୁର ଠାରେ ବୀର ସାବରକର ଗାର୍ଡେନ ଥିବା ପାର୍କ ଏବଂ ସଂଗ୍ରହାଳୟର ବିକାଶ କରିବାକୁ ନିଷ୍ପତ୍ତି ନେଇଛି। ସରକାର ସାବରକରଙ୍କ ବାର୍ଷିକୀ ଅବସରରେ ଏହା ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା