Before Header

ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାରିଖ ଘୋଷଣା

0 21

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଘୋଷଣା ହେଲା ତାରିଖ । ନଭେମ୍ବର ୧, ୨୦୨୧ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ । ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ ୨୯ ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ ।

୧୬ ନଭେମ୍ବରରେ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ । ରେଜିଷ୍ଟ୍ରଆର ଅଫିସର ନିକଟରେ ଦାଖଲ କରି ପାରିବେ । ୨୪ ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ୨୯ ରୁ ୩୦ ନଭେମ୍ବର ମଧ୍ୟରେ ବିଡ଼ିଓ ପାଖରେ ଦରଖାସ୍ତ ଆବେଦନ କରିବେ ।

୧ ଡିସେମ୍ବର ରୁ ୨ ଭିତରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । ୪ ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୬ ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ।

Leave A Reply

Your email address will not be published.