ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଆତଙ୍କ ରାଜ୍ । ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ପୁଣି ଥରେ କାଶ୍ମୀରର ପୁଲୱାମାକୁ ଟାର୍ଗେଟ କରିଛନ୍ତି। ମୃତ ପଣ୍ଡିତ ହେଲେ ସଞ୍ଜୟ ଶର୍ମା । ତାଙ୍କ ଉପରକୁ ଗୁଳି ଚଳାଇ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସଞ୍ଜୟ ଶର୍ମାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ପୁଲୱାମାର ଆଚାନ ଅଞ୍ଚଳର ବାସିନ୍ଦା ସଞ୍ଜୟ ଶର୍ମା କୌଣସି କାମ ପାଇଁ ରବିବାର ବଜାରକୁ ଯାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ସଞ୍ଜୟ ଶର୍ମାଙ୍କ ମୃତ୍ୟୁ ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହାପୂର୍ବରୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଅନନ୍ତନାଗରେ ପୂର୍ବତନ ପଞ୍ଚ ଆସିଫ ଅଲିଙ୍କୁ ଟାର୍ଗେଟ କରିଥିଲେ। ନାମାଜ ସାରି ମସଜିଦରୁ ଫେରୁଥିବା ବେଳେ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ପିତା ଅଲି ମହମ୍ମଦ ଗଣାଇ ପୋଲିସର ଜଣେ ହେଡ କନଷ୍ଟେବଳ ଥିଲେ। ଆତଙ୍କବାଦୀମାନେ ତାଙ୍କୁ ମଧ୍ୟ ୨୯ ଜାନୁୟାରୀରେ ହତ୍ୟା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’