Masthead

କର୍ଣ୍ଣାଟକରେ ନିର୍ବାଚନ ସମୟ, ଗଛରେ ଫଳୁଛି ଟଙ୍କା

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ନିର୍ବାଚନ ସମୟ । ଜୋରସୋରରେ ଚାଲିଛି ପ୍ରଚାର । କମ୍ପୁଛି ମଇଦାନ । ଏହି ସମୟରେ କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ଭାଇଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଗଛରୁ ମିଳିଛି ଗୋଟିଏ କୋଟି ଟଙ୍କା । କଂଗ୍ରେସ ନେତା ଅଶୋକ କୁମାର ରାୟ ପୁଟ୍ଟୁର ଆସନରୁ ନିର୍ବାଚନ ଲଢୁଛନ୍ତି । ଏହି ସମୟରେ ଅଶୋକଙ୍କ ଭାଇ ସୁବ୍ରମନିଆ ରାୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଏହି ସମୟରେ ଗଛରେ ଟଙ୍କା ଭର୍ତ୍ତି ବାକ୍ସ ଲୁଚାଯାଇଥିବା ଦେଖିବାକୁ ମିଳିଥିଲା। ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେଲାଣି। ଜବତକୁ ନେଇ ୨,୩୪୬ଟି ଏତଲା ଦାଏର ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେହିପରି ଏପ୍ରିଲ ୧୩ ତାରିଖରେ ସିଟି ମାର୍କେଟରେ ଯାଉଥିବା ଏକ ଅଟୋରିକ୍ସରୁ ବେଙ୍ଗାଲୁରୁ ପୋଲିସ ୧କୋଟି ଟଙ୍କା ଜବତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ