Masthead

ବିଦ୍ୟାଭାରତୀ ହିଁ ଅଭିଯୁକ୍ତ!

ଗଜପତି(ବଡ଼ ଖବର ବ୍ୟୁରୋ): ଦୁଇ ଦିନରେ ୨ଟି ବୟାନ । ସାମ୍ନାକୁ ଆସିଲେ, ବୟାନ ଦେଲେ । ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଖୁଲାସା । କ୍ରାଇମବ୍ରାଞ୍ଚର କାଉଣ୍ଟରରେ ବିଦ୍ୟାଭାରତୀ । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ବଞ୍ଚାଇବାକୁ ଉଦ୍ୟମ କରିନଥିଲେ ବିଦ୍ୟାଭାରତୀ । ଡିଏଫଓ ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନଚିଟ୍ ପରେ ବିବାଦ ଘେରରେ ବିଦ୍ୟାଭାରତୀ ।

ସିଆରପିସି ଧାରା ୪୧ରେ ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଜେରା ରିପୋର୍ଟ, କଲ ରେକର୍ଡ଼, ପୋଷ୍ଟମର୍ଟମ ରିପୋର୍ଟ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଦାଖଲ କରାଯାଇଛି । ସୌମ୍ୟଙ୍କ ମୃତ୍ୟୁ ଦିନ କାହିଁକି ଶରୀରରେ ଯଥେଷ୍ଟ ପାଣି ପକାଇ ନଥିଲେ ବିଦ୍ୟାଭାରତୀ? ନିଆଁ ଲିଭାଇବାକୁ କାହିଁକି ବିଦ୍ୟା ତତ୍ପରତା ଦେଖାଇ ନଥିଲେ ।

ବିଦ୍ୟା ଉପସ୍ଥିତ ଥାଇ ମଧ୍ୟ ସୌମ୍ୟଙ୍କ ଶରୀର ୯୫ ଅଂଶ କିପରି ପୋଡ଼ିଲା? କାହିଁକି ଅନ୍ୟମାନଙ୍କର ସାହାଯ୍ୟ ନେଇନଥିଲେ ବିଦ୍ୟାଭାରତୀ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । କ୍ରାଇମବ୍ରାଞ୍ଚ ଉପରେ ପ୍ରଥମରୁ ବିଶ୍ୱାସ ନଥିବା ସୌମ୍ୟଙ୍କ ପରିବାର ଲୋକେ ଏବେ କ୍ରାଇମବ୍ରାଞ୍ଚର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଡିଏଫଓଙ୍କୁ କ୍ଲିନଚିଟ୍ ଦେବା ପଛରେ ରହିଛି କି ରାଜନୈତିକ ହାତ? କାହିଁକି ଡିଏଫଓଙ୍କୁ ଦିଆଗଲା କ୍ଲିନଚିଟ୍? ବହୁ ଅଭିଯୋଗ ସତ୍ତେ୍ୱ ମଧ୍ୟ କାହିଁକି ଏହି ମାମଲାରୁ ବିଦା ହେଲେ ଡିଏଫଓ? ଏହା ପଛରେ ନାହିଁ ତ ମନ୍ତ୍ରୀଙ୍କ ହାତ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । ବହୁ କଳ୍ପନା ଜଳ୍ପନା ଉପରେ ପରେ ସୌମ୍ୟ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲେ ପ୍ରଥମ ଅଭିଯୁକ୍ତ । ବିଦ୍ୟାଭାରତୀଙ୍କୁ ଦୋଷୀ ବନାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦିଆଯାଉନି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା