Masthead

ନକଲି ପୋଲିସ ଗାଡ଼ିରେ ଅସଲି ଅପରାଧୀ

ସୋର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଶେରଗଡ଼ ଟୋଲଗେଟ ନିକଟରେ ଏକ ସ୍କର୍ପିଓରେ ଯାଉଥିବା ଦୁଇ ନକଲି ପୋଲିସକୁ ଗିରଫ କରିଛି ପୋଲିସ । ଦୁଇଜଣ ଯୁବକ ନାଲିବତି ଲାଗିଥିବା ଏକ ସ୍କର୍ପିଓରେ ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିଲେ । ଗାଡ଼ିଟି ଶେରଗଡ଼ ଟୋଲ ଗେଟର ୧ନଂ ଗେଟ୍ ବ୍ୟାରିକେଟକୁ ଧକ୍କା ଦେଇଥିଲା । ଗାଡ଼ିରେ ଥିବା ଯୁବକମାନେ ନିଜକୁ ଏସଟିଏଫର ଅଧିକାରୀ ବୋଲି ପରିଚୟ ଦେଇ ଟୋଲ ଫି ଛାଡ଼ କରିବାକୁ କହିଥିଲେ । ମାତ୍ର ଟୋଲଗେଟ୍ କର୍ମଚାରୀମାନେ ପରିଚୟପତ୍ର ଦେଖାଇବା ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବର ପାଇ ଖନ୍ତପଡ଼ା ପୋଲିସ ପହଁଚି ଉଭୟ ଯୁବକଙ୍କୁ ଯାଞ୍ଚ କରିବା ବେଳେ ସେମାନେ ନକଲି ପୋଲିସ ବୋଲି ଜଣା ପଡ଼ିଥିଲା । ସେମାନଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଯୁବକଙ୍କ ସହ ଧସ୍ତାଧସ୍ତି ବେଳେ ଶେରଗଡ଼ ଫାଣ୍ଡି ଅଧିକାରୀ ଆହତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା