Before Header

ନକଲି ପୋଲିସ ଗାଡ଼ିରେ ଅସଲି ଅପରାଧୀ

0 137

ସୋର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଶେରଗଡ଼ ଟୋଲଗେଟ ନିକଟରେ ଏକ ସ୍କର୍ପିଓରେ ଯାଉଥିବା ଦୁଇ ନକଲି ପୋଲିସକୁ ଗିରଫ କରିଛି ପୋଲିସ । ଦୁଇଜଣ ଯୁବକ ନାଲିବତି ଲାଗିଥିବା ଏକ ସ୍କର୍ପିଓରେ ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିଲେ । ଗାଡ଼ିଟି ଶେରଗଡ଼ ଟୋଲ ଗେଟର ୧ନଂ ଗେଟ୍ ବ୍ୟାରିକେଟକୁ ଧକ୍କା ଦେଇଥିଲା । ଗାଡ଼ିରେ ଥିବା ଯୁବକମାନେ ନିଜକୁ ଏସଟିଏଫର ଅଧିକାରୀ ବୋଲି ପରିଚୟ ଦେଇ ଟୋଲ ଫି ଛାଡ଼ କରିବାକୁ କହିଥିଲେ । ମାତ୍ର ଟୋଲଗେଟ୍ କର୍ମଚାରୀମାନେ ପରିଚୟପତ୍ର ଦେଖାଇବା ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବର ପାଇ ଖନ୍ତପଡ଼ା ପୋଲିସ ପହଁଚି ଉଭୟ ଯୁବକଙ୍କୁ ଯାଞ୍ଚ କରିବା ବେଳେ ସେମାନେ ନକଲି ପୋଲିସ ବୋଲି ଜଣା ପଡ଼ିଥିଲା । ସେମାନଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଯୁବକଙ୍କ ସହ ଧସ୍ତାଧସ୍ତି ବେଳେ ଶେରଗଡ଼ ଫାଣ୍ଡି ଅଧିକାରୀ ଆହତ ହୋଇଛନ୍ତି ।

Leave A Reply

Your email address will not be published.