Before Header

ସଂରକ୍ଷଣ ପଲିଟିକ୍ସ, ଆଶାୟୀ-ବିରୋଧୀ ଅସନ୍ତୋଷ

0 95

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା। ତେବେ ଏହି ତାଲିକାକୁ ନେଇ ଆରମ୍ଭ ହୋଇଛି ଦଳୀୟ ରାଜନୀତି। ବିରୋଧୀ ବିଜେପି କହିଛି ତରବରିଆ ଭାବେ ତାଲିକା ପ୍ରସ୍ତୁତ ହୋଇଛି। କଂଗ୍ରେସ କହିଛି ବିଜେଡି ନେତାଙ୍କ ମର୍ଜିରେ ପ୍ରସ୍ତୁତ ହୋଇଛି ତାଲିକା। ଅନ୍ୟପଟେ ବିଜେଡି କହିଛି ବ୍ୟତିକ୍ରମ ଥିଲେ ଜିଲ୍ଲାପାଳ ସ୍ତରରେ ସଂଶୋଧନ ହେବ। ପଞ୍ଚାୟଟ ପୋଲିଟିକ୍ସ ଜୋର ଧରିଛି। ଚିଠା ସଂରକ୍ଷଣ ତାଲିକା ଆରମ୍ଭ ହୋଇଛି ରଜନୀତି। ତାଲିକା କୁ ନେଇ ଆଶାୟୀ ଏବଂ ବିରୋଧୀ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ।।
ତାଲିକା ପ୍ରକାଶ ପରେ କିଛି ଅସନ୍ତୋଷ ଆଶାୟୀ ନିଜ ନିଜ ବିଧାୟକଙ୍କ ଘରେ ମେଳି କରୁଥିବା ଦେଖିବାକୁ ମିଳିଛି । ସେପଟେ ବିରୋଧୀ କଂଗ୍ରେସ ଓ ବିଜେପି ତାଲିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ସାଧାରଣ ସମ୍ପାଦକ ପୄଥୀରାଜ ହରିଚନ୍ଦନ କହିଛନ୍ତି ପଂଚାୟତ ସଂରକ୍ଷଣ ଆଧାର ବିହୀନ ହୋଇଛି। ତରବରିଆ ଭାବେ କରିଥିବାରୁ ଅନେକ ଜାଗାରେ ତ୍ରୁଟି ହୋଇଛି। ପ୍ରାୟ ସବୁ ଜିଲ୍ଲାରୁ ଅଭିଯୋଗ ଆସିବ। ସଂରକ୍ଷଣ ତାଲିକା ଏକ ତ୍ରୁଟିପୂର୍ଣ୍ଣ । ଅନେକ ଜାଗାରୁ ଅଭିଯୋଗ ପାଇଁ ଲୋକେ ପ୍ରସ୍ତୁତ ହେଲେଣି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବର ସହ ବିଚାର କରିବା ଦରକାର।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କାହାକୁ ନେଇ ପଞ୍ଚାୟତ ଶସଂରକ୍ଷଣ ହେଉଛି? କେଉଁ ଆଧାରରେ ବିଡ଼ିଓ ମାନେ ସଂରକ୍ଷଣ କରିଛନ୍ତି। ୱର୍ଡ଼ ମେମ୍ବର ଠୁ ନେଇ ଜିଲ୍ଲା ପରିଷଦ ପର୍ୟ୍ୟନ୍ତକେଉଁ ଆଧାରରେ ହୋଇଛି। ବହୁ ଦିନଶପୁର୍ବରୁ ଏଭଳି ପ୍ଲାନ ହୋଇଛି। ଜିଲ୍ଲାପାଳ, ବିଡିଓ ମାନେ ଶାସକ ଦଳର ବିଧାୟକ ଙ୍କ ସହିତ ଆଲୋଚନା କରି ଏହାକୁ ପ୍ରସ୍ତୁତ କରିଛନ୍ତି। କେଉଁଠି ଏସି,ଏସଟି ହେବ।ପୁର୍ବରୁ ପ୍ଲାନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ତୄଟିପୁର୍ଣ୍ଣ,ରାଜନୈତିକ ଅଭିସନ୍ଧି ରଖି ଏହି ତାଲିକା ପ୍ରସ୍ତୁତ ହୋଇଛି। ବିଜେଡି ବିଧାୟକ ଅମର ଶତପଥୀ ଏହାକୁ କାଉଣ୍ଟର କରିଛନ୍ତି।

ରିଜରଭେସନ ଏକ ସ୍ବଭାବିକ ପ୍ରକ୍ରିୟା। ଏଥିରେ କିଛି ନୂଆ କଥା ନାହିଁ।ସବୁ ସମୟରେ ହୁଏ। ଆଇନର ବ୍ୟବସ୍ଥା ଅନୁସାରେ ହୋଇଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା କଥା ନୁହେଁ। କେହି ଚାହିଁଲେବି ବଦଳେଇ ପାରିଵେନି। ବିଜେଡି ପ୍ରତି।ଲୋକଙ୍କ ସମର୍ଥନ ରହିଛି। ସେଠି ପ୍ରାର୍ଥୀ ବିଶେଷ ଗୁରୁତ୍ୱ ବହନ କରିବନି।ବିରୋଧୀ ଦଳରୁ ଶହ ଶହ ସଂଖ୍ୟା ରେ ଲୋକ ବିଜେଡିକୁ ଆସୁଛନ୍ତି। ଏଥିରେ ବିଜେଡି ପ୍ରତିଦିନ ଦୄଢ଼ ହେଉଛି ପ୍ରଭାବ ପଡିବନି।ଯେଉଁ ପ୍ରକ୍ରିୟା ଭିତରେ ଚିଠା ପ୍ରସ୍ତାବ ହୋଇଛି ଯଦି କିଛି ବ୍ୟତିକ୍ରମ ହୋଇଥାଏ ତାକୁ ଜିଲ୍ଲାପାଳ ଙ୍କ କ୍ଷେତ୍ରରେ ସଂଶୋଧନ ହେବ।

ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସଂରକ୍ଷଣ ପାଇଁ ପଞ୍ଚାୟତ ରାଜ ବିଭାଗ ଏକ ଗାଇଡ଼ ଲାଇନ କହିଛି। ଗାଇଡ଼ଲାଇନ ଅନୁସାରେ ୨୦୧୧ ଜନଗଣନା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ସେହିପରି ଗତ ୪ଟି ପଂଚାୟତ ନିର୍ବାଚନର ସଂରକ୍ଷଣ ସ୍ଥିତିକୁ ଦେଖି ରୋଟେସନ୍ ବା ପର୍ୟ୍ୟାୟ କ୍ରମେ ଆସନ ସଂରକ୍ଷଣ ନିଷ୍ପତ୍ତି ହେବ। ଅନ୍ୟପକ୍ଷରେ ଯେଉଁ ବର୍ଗର ଯେତେ ସିଟ୍ ସଂରକ୍ଷିତ ରହିବ। ତାର ୫୦ ପ୍ରତିଶତ ବା ଅଧା ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ।ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ।

Leave A Reply

Your email address will not be published.