Masthead

ଗାଁ ଜଗୁଛନ୍ତି ଗ୍ରାମବାସୀ

ଆଠଗଡ (ବଡ଼ ଖବର ବ୍ୟୁରୋ): ଆଠଗଡ ଅଞ୍ଚଳରେ ଏବେ ଆକ୍ଟିଭ ମୁଡରେ ଚୋର, ଡକାୟତ ଓ ଲୁଟେରା । ପୋଲିସ ଏମାନଙ୍କୁ ଧରିବାରେ ବିଫଳ ହେବାପରେ ଏବେ ନିଜ ଗାଁକୁ ସୁରକ୍ଷା ଦେବାପାଇଁ ଗ୍ରାମବାସୀ ସାଜିଛନ୍ତି ପୋଲିସ । ଆଉ ପାଳିକରି ଜଗୁଛନ୍ତି ଗାଁ । ଗ୍ରାମବାସୀ ଠେଙ୍ଗାବାଡ଼ି ଓ ଟର୍ଚ୍ଚ ଲାଇଟ ଧରି ଗାଁ ଜଗୁଛନ୍ତି।
ଚୋର, ଡକାୟତ ଓ ଲୁଟେରାମାନଙ୍କ ପାଇଁ କରୋନା ସୃଷ୍ଟି କରିଛି ସୁବର୍ଣ୍ଣ ସୁଯୋଗ । କେତେବେଳେ ଦେବଦେବୀଙ୍କ ମନ୍ଦିର ତ କେତେବେଳେ ଲୋକଙ୍କ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ସୁନା ରୁପା ଅଳଙ୍କାର ସହିତ ଟଙ୍କା । ଯିଏ ପ୍ରତିବାଦ କଲା ତାକୁ ମାରଣାତ୍ମକ ଆକ୍ରମଣ। ଗତ ୩ ମାସ ମଧ୍ୟରେ ଆଠଗଡ ଅଞ୍ଚଳରେ ୩୦ରୁ ଅଧିକ ଚୋରି, ଡକାୟତି, ରାହାଜାନୀ ହୋଇଛି । ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି।
ଆଠଗଡ ଥାନା ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତ ବାଇଲୋ ଗ୍ରାମରେ ବାରମ୍ବାର ଚୋରି, ଡକାୟତି, ରାହାଜାନୀ ବୃଦ୍ଧି ପାଉଥିବାରୁ ଗ୍ରାମବାସୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଥିଲା। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଗ୍ରାମକୁ ଯାଇ ତଦନ୍ତ ବି କରିନଥିଲା। ଗ୍ରାମବାସୀ ପୋଲିସକୁ ଘଟଣା ସମ୍ପର୍କରେ ପଚାରିବାରୁ ଆମ ପାଖରେ କର୍ମଚାରୀ ଅଭାବ ନିଜ ଗାଁକୁ ନିଜେ ଜଗ ବୋଲି ଉତ୍ତର ମିଳିଥିଲା । ଶେଷରେ ଗ୍ରାମବାସୀ ଗ୍ରାମସଭା ଡ଼କାଇ ଥିଲେ । ପ୍ରତ୍ୟେକ ଦିନ ୧୦ଜଣ ଗ୍ରାମବାସୀ ଗ୍ରାମର ସୁରକ୍ଷା କରିବେ ବୋଲି ଗ୍ରାମସଭାରେ ନିଷ୍ପତ୍ତି ହୋଇଥିଲା । ଆଜକୁ ୮ ଦିନ ହେବ ଗ୍ରାମବାସୀ ପାଳିକରି ଗାଁ ଜଗୁଛନ୍ତି । ବେକରେ ପଡିଛି ଆଇକାର୍ଡ, ହାତରେ ଠେଙ୍ଗାବାଡ଼ି ଓ ଟର୍ଚ୍ଚ ଲାଇଟ । ଗ୍ରାମର ଗଳିକନ୍ଧି ବୁଲି ବୁଲି ଗ୍ରାମକୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ । ଗ୍ରାମବାସଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଛି। ପୋଲିସର ଅସହାୟତା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ