Masthead

ଛତିଶଗଡକୁ ବେଆଇନ ବାଲି ଚାଲାଣ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପଦ୍ମପୁର ଉପଖଣ୍ତ ସମ୍ବଲପୁରୀ ବାଲିଘାଟରୁ ଧରା ପଡିଲା ୯ ଟି ଟ୍ରାକ୍ଟର । ଗତକାଲି ଦିନ ବାରଟାରୁ ଗୋଟାଏ ଘଣ୍ଟା ମଧ୍ୟରେ ସମ୍ବଲପୁରୀ ବାଲିଘାଟରେ ଜଗଦଲପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ସେହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର ସମ୍ବଲପୁରୀ ଲହଣ୍ତିପୁର ରାସ୍ତା ମଝିରେ ଧରା ହୋଇଥିଲା । ୪ଟି ଟ୍ରାକ୍ଟର ବାଲିଘାଟରୁ ଧରା ପଡିଥିବା ସୂଚନା ଦେଇଛନ୍ତି ଜଗଦଲପୁର ଆଇଆଇସି ଲିଲିମା ଲଲିତା ବାର୍ଲା ।

ଖବର ପାଇ ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁ ଜଗଦଲପୁର ଆଇଆଇସି ଲିଲିମା ଲଲିତା ବାର୍ଲାଙ୍କୁ ବାଲିଘାଟରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଗଦଲପୁର ଆଇଆଇସିଙ୍କ ସହିତ ଏଏସଆଇ ସତ୍ୟାନନ୍ଦ ଭୋଇ, ହାବିଲଦାର ଜିତେନ ଦାସଙ୍କ ସମେତ ଲଖମରା ଆରଆଇ ଦାମୋଦର ସୁନା ଚଢଉରେ ସାମିଲ ହୋଇଥିଲେ । ଗୋଟିଏ ଟ୍ରାକ୍ଟର ଓଡିଶାର ଏବଂ ବାକି ଆଠଟି ଟ୍ରାକ୍ଟର ଛତିଶଗଡ ଅଞ୍ଚଳର । ସମସ୍ତ ଟ୍ରାକ୍ଟର ଜବତ କରାଯାଇ ଜଗଦଲପୁର ଥାନାରେ ଅଟକ ରଖାଯାଇଛି । ଆରଟିଓଙ୍କୁ ଏ ବାବଦରେ ମଧ୍ୟ ସୂଚନା ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା