Masthead

ରାସ୍ତାରେ ଧାନ ରୋଇ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ବିଞ୍ଝାରପୁର(ବଡ଼ ଖବର ବ୍ୟୁରୋ): ଅଭିନବ ପ୍ରୟାସରେ ପ୍ରତିବାଦ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଲୋ ପଞ୍ଚାୟତର ବୋଇତାଳୁ ପାଟଣା ଗ୍ରାମର କାଣୀ ନଈ ବନ୍ଧ ରାସ୍ତାଟି ଗତ ବର୍ଷ ବନ୍ୟାରେ ଭାଙ୍ଗି ଯାଇଥିଲା। ତେବେ ବନ୍ୟାକୁ ବର୍ଷେ ପୁରି ଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ରାସ୍ତା ମରାମତି ହୋଇ ପାରିନାହିଁ। ଏହି ରାସ୍ତା ଉପରେ ପାଖା ପାଖି ୪ ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଏହା ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନିଜ ପଞ୍ଚାୟତ। ଯଦି ବିଧାୟିକାଙ୍କ ନିଜ ପଞ୍ଚାୟତର ଅବସ୍ଥା ଏଭଳି ତାହେଲେ ସମଗ୍ର ନିର୍ବାଚନ ମଣ୍ଡଳୀର ଅବସ୍ଥା କିପରି ହୋଇଥିବ ତାହା ସହଜେ ଅନୁମେୟ। ତେଣୁ କରି ଗ୍ରାମ ଲୋକମାନେ ଆଜି ଅଭିନବ ଉପାୟରେ କାଦୁଅ ରାସ୍ତା ଉପରେ ଧାନ ଗଛ ଲଗାଇ ପ୍ରଶାସନ କୁ ନିଜ ଦୁଃଖ ଜଣାଇଛନ୍ତି। ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ କରା ନ ଯାଏ ତେବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳରେ ସମ୍ମୁଖରେ ଗଣ ଧାରଣା ଦେବାକୁ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ