Masthead

ପ୍ରଦୀପଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ସୁଶାନ୍ତ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିସ୍ଫରୋକ ବୟାନ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ସୁଶାନ୍ତ । ଆଗକୁ ପିପିଲି ଉପ ନିର୍ବାଚନ । ଏପରି ସମୟରେ ଶାସକ ଦଳର ଜଣେ ମନ୍ତ୍ରୀ ପ୍ରଦୀପଙ୍କ ଉପରେ ଲଗାଇଛନ୍ତି ସଙ୍ଗୀନ ଆରୋପ । ଯାହାକୁ ନେଇ ଏବେ ବିଜେଡିରେ କମ୍ପନ । ସେପଟେ ପିପିଲି ଉପ ନିର୍ବାଚନକୁ ନେଇ ବିଜେପି ଏବଂ କଂଗ୍ରେସ ବି ପ୍ରସ୍ତୁତ ।

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିସ୍ଫରୋକ ବୟାନ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ସୁଶାନ୍ତ । ଆଗକୁ ପିପିଲି ଉପ ନିର୍ବାଚନ । ଏପରି ସମୟରେ ଶାସକ ଦଳର ଜଣେ ମନ୍ତ୍ରୀ ପ୍ରଦୀପଙ୍କ ଉପରେ ଲଗାଇଛନ୍ତି ସଙ୍ଗୀନ ଆରୋପ । ଯାହାକୁ ନେଇ ଏବେ ବିଜେଡିରେ କମ୍ପନ । ଖାଲି ବିଜେଡି କାହିଁକି ପିପିଲି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର । “ପ୍ରଦୀପ ମହାରଥୀଙ୍କ ଓଭର କନଫିଡେଣ୍ଟ ଯୋଗୁ ବିଜେଡି ପିପିଲିରେ କମ ବ୍ୟବଧାନାରେ ଜିତୁ ଥିଲା’ । ପ୍ରଦୀପ ମହାରଥୀଙ୍କୁ ନେଇ ସୁଶାନ୍ତଙ୍କ ଏଭଳି ବିବାଦୀୟ ବୟାନ ଦଳୀୟ ରାଜନୀତିରେ ବଢାଇଛି ତାତି । ପିପିଲିରୁ ପାଞ୍ଚ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ । କହିବା ପାଇଁ ଗଲେ ବିଜେଡିର ଗଡ ଥିଲା ପିପିଲି । ତେବେ ଏପରି ସମୟରେ ପ୍ରଦୀପଙ୍କୁ ନେଇ ସୁଶାନ୍ତ ଆଜି ବୟାନ ଦେଲେ । ତାହା ବିଜେଡି ରାଜନୀତିର ପାଣିପାଗକୁ କରିଛି ଉଷ୍ଣ । ସୁଶାନ୍ତ, ମହାରଥୀଙ୍କ ଓଭର କନଫିଡେଣ୍ଟ ଯୋଗୁ କମ ବ୍ୟବଧାନାରେ ଜିତୁ ଥିଲା । ମାତ୍ର ଦଳ ଏଥର ଓଭର କନଫିଡେଣ୍ଟ ନାହିଁ । ଅଧିକ ବ୍ୟବଧାନରେ ଜିତାଇବା କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ।

ପିପିଲି ଉପ ନିର୍ବାଚନକୁ ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ଟିମ ଘୋଷଣା କରିଛି । ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା । ନିର୍ବାଚନରେ ଦଳ କିଭଳି ବାଜିମାନ କରି ତାକୁନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟି । ଅନ୍ୟପଟେ ବିଜେଡି ନେତାଙ୍କ ଦମ୍ଭୋକ୍ତି ବିଜେଡି ପିପିଲି ଗଡ ଜିତିବ । ଦଳ ଏଥର ଭଳ ବ୍ୟବଧାନରେ ବିଜୟ ଲାଭ କରିବ । ପୂର୍ବ ରେକର୍ଡ ଭଙ୍ଗିବ ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ କହିଛନ୍ତି ।

ସେପଟେ ବିଜେପି ଏବଂ କଂଗ୍ରେସ ବି ପ୍ରସ୍ତୁତ । ବିଜେପି ପ୍ରଚାରର ମଙ୍ଗ ଧରିବେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି । ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁ ରହିବେ ବିଜେପିର ଟ୍ରମ୍ପ କାର୍ଡ । ଅନ୍ୟପଟେ ପିସିସି ମଧ୍ୟ ଏହାକୁ ନେଇ ଗୋଟି ଚାଳନା ଆରମ୍ଭ କରି ଦେଇଛି । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପିପିଲି ମଇଦାନକୁ ଓହ୍ଲାଇବ । ଲୋକଙ୍କ ପାଖରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତା ରଖି ଭୋଟ ମାଗିବ ।

ପିପିଲି ଉପ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ । ଏଥର ହେବ ତ୍ରୀମୁଖୀ ଲଢେଇ । ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ ଟାଇଟ ଫାଇଟ୍ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ