ଚାଷୀ ସହ ଚାଷ ବଞ୍ଚାଅଭିଯାନ ସାମିଲ କରାଯାଉ, ନଚେତ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ଅତାବିରା(ବଡ଼ ଖବର ବ୍ୟୁରୋ): ରାଜ୍ୟ ତଥା ଦେଶକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ଓ ଚାଷକୁ ବଞ୍ଚାଇବା ଲକ୍ଷ୍ୟ ନେଇ ଗତ ଅଗଷ୍ଟ ୧୫ତାରିଖରୁ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଗାଁକୁ ଗାଁ ଯାଇ ପ୍ରତି ପଞ୍ଚାୟତରେ ଚାଷୀଙ୍କୁ ସଚେତନ କରିବା ସହ ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନରେ ସାମିଲ କରାଯାଇଛି l ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଅବସରରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଉଛି l ସଂଗଠନର ସଭାପତି ବୀରେନ୍ଦ୍ର କର ସୂଚନା ଦେଇଛନ୍ତି ଯେ, ୨୦୨୪ନିର୍ବାଚନରେ ରାଜନୈତିକ ଦଳ ଗୁଡିକର ନିର୍ବାଚନୀ ଏଜେଣ୍ଡା ଅର୍ଥାତ ଶ୍ୱେତପତ୍ରରେ ଚାଷ ସହ ଚାଷୀ ବଞ୍ଚାଅକୁ ସାମିଲ କରାଯାଉ l ଅନ୍ୟଥା ଚାଷୀ ଆଗକୁ ରାଜରାସ୍ତାକୁ ଓଲ୍ଲାଇବ l ସଂଗଠନ ଛଅଟି ଦାବି ରଖିଛି l ପ୍ର

ଥମତଃ ସମସ୍ତ ଚାଷୀଙ୍କ ଋଣ ସଂପୂର୍ଣ୍ଣ ଛାଡ଼ କରିବା, ଫସଲ ବୀମା ଓ ଇନ୍ପୁଟ୍ ସବ୍ସିଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ପ୍ରଦାନ କରିବା । ଧାନ କ୍ୱିଣ୍ଟାଲ ପିଛା ବୋନସ୍ ୮୦୦ଟଙ୍କା ପ୍ରଦାନ କରିବା । ଚାଷୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା । ମଣ୍ଡିରେ ଚାଷୀଙ୍କୁ ଶୋଷଣରୁ ମୁକ୍ତି କରିବା ଏବଂ ୬୦ ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ମାସିକ ୫୦୦୦ଟଙ୍କା ପେନ୍ସନ୍ ଦିଆଯିବାକୁ ଦାବି ରଖାଯାଇଛି l ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନର ଆଜିର ଉଦଯାପନୀ ସମାରୋହ ଅତାବିରା ଗାନ୍ଧୀ ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିଶାଳ ପଦଯାତ୍ରା ଆରମ୍ଭ କରି ଲାଦେରପାଲି ରାମଚଣ୍ଡୀ ମନ୍ଦିର ଯାଏଁ ଯାଇଥିଲେ ଚାଷୀ ପଟୁଆଳ l ରାମଚଣ୍ଡୀ ମନ୍ଦିରରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ କ୍ଷ ନିଜ ଦାବି ସମାରୋହରେ ଉପସ୍ଥାପନ କରିବେ ଚାଷୀ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!