Masthead

କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ଓ ସେଠାରୁ ଫେରିବା ପରେ ତାଙ୍କୁ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ସେ ଏବେ ପୁରା ଦେଶରେ ଖୁବ ଚର୍ଚ୍ଚାରେ । ଏବେ ଆଉ ଏକ ଚର୍ଚ୍ଚା ତାଙ୍କୁ ଖବର ଶିରୋନାମାକୁ ଆଣିଛି । ଆଗକୁ ଆସୁଥିବା ହରିୟାଣା ବିଧାନସଭା ନିର୍ବାଚନରେ ସମ୍ଭବତଃ ଭିନେଶ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । କିଛି ଦିନ ତଳେ ଭିନେଶ ସକ୍ରିୟ ରାଜନୀତିକୁ ଆସିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ରାଜନୀତିକୁ ଆସୁଥିବା ଖବର ପ୍ରକାଶ ପାଇଛି।

ଏପରି କି ହରିୟାଣା ବିଧାନସଭା ନିର୍ବାଚନରେ ଭିନେଶ ତାଙ୍କ ଭଉଣୀ ତଥା ବିଜେପି ନେତ୍ରୀ ବବିତା ଫୋଗାଟଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ରବାର ଭିନେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ନିରନ୍ତର ଆଲୋଚନା ହେଉଛି ଯେ ଭିନେଶ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଯାହା ଉପରେ ପୂର୍ବତନ ହରିୟାଣା ସିଏମ ଭୁପେନ୍ଦ୍ର ସିଂ ହୁଡାଙ୍କ ପ୍ରତିକ୍ରିୟା ଆସିଛି। ଯେତେବେଳେ ଭୁପେନ୍ଦ୍ର ସିଂଙ୍କୁ ପଚରାଯାଇଥିଲା ଯେ ଭିନେଶ ଫୋଗଟ କଂଗ୍ରେସରେ ଯୋଗ ଦେଉଛନ୍ତି କି?

ଯାହାପରେ ସେ କହିଛନ୍ତି, ଏହା ଏକ କଳ୍ପନିକ ପ୍ରଶ୍ନ। ଖେଳାଳିମାନେ କୌଣସି ଦଳର ନୁହଁନ୍ତି, ସେମାନେ ସମଗ୍ର ଦେଶର ଅଟନ୍ତି। ଯଦି କେହି ପାର୍ଟିରେ ଯୋଗ ଦିଅନ୍ତି, ତେବେ ଆମେ ତାଙ୍କୁ ସ୍ବାଗତ କରିବୁ। ଆସିବା ନ ଆସିବା ତାଙ୍କ ତାଙ୍କ ଇଚ୍ଛା। ସେ ଆମ ଦେଶର ଜଣେ ଖେଳାଳୀ, ତାଙ୍କୁ ପୂର୍ଣ୍ଣ ସମ୍ମାନ ଦିଆଯିବା ଉଚିତ୍‌। କଂଗ୍ରେସ ନେତା ହୁଡା ଭିନେଶଙ୍କୁ ସ୍ବର୍ଣ୍ଣ ପଦକ ସମ୍ମାନ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଏହା ପୂର୍ବରୁ କହିଥିଲି ଯେ ଭିନେଶଙ୍କୁ ସମାନ ସମ୍ମାନ ଦିଆଯିବା ଉଚିତ୍‌। ତାଙ୍କୁ ଏହି ସମ୍ମାନ ଦିଆଯାଇ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା