Masthead

ହରିହାଟ ଭୋଗ ଖାଇ ଜଣେ ମୃତ, ୨ଶହ ଅସୁସ୍ଥ

ବାହାନଗା( ବଡ଼ ଖବର ବ୍ୟୁରୋ ): ହରିହାଟ ଭୋଗ ଖାଇ ଜଣେ ମୃତ, ୨ଶହ ଅସୁସ୍ଥ । ବାହାନଗା ବ୍ଲକ ଆରୁହା ଗ୍ରାମରେ ହରିହାଟ ଭୋଗ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଶହ ଲୋକ ଅସୁସ୍ଥ ହୋଇଛନ୍ତି । ଆରୁହା ମହାଦେବ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଅପରାହ୍ନରେ ହରିହାଟ ଉତ୍ସବ ଉଦଯାପିତ ହୋଇଥିଲା। ଉଦଯାପନ ଉତ୍ସବରେ ଶତାଧିକ ଲୋକଙ୍କ ସମାଗମ ହେବା ସହିତ ସମୂହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ପ୍ରସାଦ ସେବନ କରି ଫେରିବା ପରେ ଗ୍ରାମର ଭଗବାନ ଧଳଙ୍କ ୫ବର୍ଷୀୟା ଝିଅ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରସାଦ ସେବନ କରିଥିବା ଲୋକଙ୍କ ମଧ୍ୟରୁ ଦୁଇଶହରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଖବରପାଇ ସୋର ହସ୍ପିଟାଲରୁ ଡାକ୍ତରୀ ଟିମ ଆରୁହା ଗ୍ରାମରେ ପହଂଚି ଅସୁସ୍ଥଙ୍କ ଚିକିତ୍ସା ଜାରି ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି କୋଭିଡ ମହାମାରୀର ଏ ଅସମୟରେ ଏକାଧିକ ଲୋକଙ୍କୁ ଏକତ୍ରିତ ହେବାକୁ ଯେଉଁଠି ବାରଣ କରାଯାଇଛି ସେଠି ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ହେବା ଓ ଭୋଜି ଭାତର ଆୟୋଜନକୁ କିଏ ଅନୁମତି ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ