Masthead

ଭାଇରାଲ ଭିଡିଓ, ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ହସ୍ପିଟାଲ ପରିସରରେ ଯୁବକଙ୍କୁ ଚପଲରେ ମାଡ଼ ମାରିଲେ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବକଙ୍କୁ ଯୁବତୀ ଜଣକ ଚପଲରେ ମାଡ ମାରୁଥିବାର ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଘଟଣାରେ ଅନ୍ୟଜଣଙ୍କ ହସ୍ତକ୍ଷେପ ପରେ ମାଡ଼ ଖାଉଥିବା ଯୁବକ ଜଣକ ଫେରି ଯାଉଥିଲା । ପରେ ଯୁବତୀ ଜଣକ ଯୁବକଟିକୁ ଗୋଡାଇ ଗୋଡାଇ ପିଟିବା ସହ ତାଙ୍କ ଉପରକୁ ଚପଲ ଫୋପାଡି ଥିଲେ । ଏହାପରେ ଯୁବକ ଜଣକ ମଧ୍ୟ ଯୁବତୀଙ୍କୁ ଦୁଇରୁ ତିନି ଚାପୁଡା ମାରଥିଲେ । କୁହାଯାଉଛି ଏହି ଭିଡିଓଟି କୁଆଡେ ବୁର୍ଲା ଭୀମସାର ପରିସରର ।

ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି । ସେପଟେ ଭୀମସାର ସୁପରିଟେଣ୍ଡେଣ୍ଟ ଜୟନ୍ତୀ ଦୋରା କହିଛନ୍ତି, ଭିଡିଓଟି ଭୀମସାର ପରିସରର ଭଳି ଲାଗୁଛି । ହେଲେ ଭିଡିଓରେ ଥିବା ଯୁବକ ଯୁବତୀଙ୍କୁ ସେ ଜାଣି ନଥିବା କହିଛନ୍ତି । ଏପରିକି ଏନେଇ ସେ କାହାଠାରୁ କୌଣସି ଅଭିଯୋଗ ମଧ୍ୟ ପାଇନାହାନ୍ତି । ଏପରିକି ଭିଡିଓଟି କେବର ତାହା ମଧ୍ୟ ଜଣାପଡୁନି । ତେବେ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଏହି ଭାଇରାଲ ଭିଡିଓକୁ ନେଇ ସମ୍ବଲପୁର ଓ ବୁର୍ଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି