Masthead

ହରିଣ ପାର୍କରେ ଅଜଣା ଭୂତାଣୁ ସଂକ୍ରମଣ ଆତଙ୍କ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ହରିଶଙ୍କର ସ୍ଥିତ ହରିଣ ପାର୍କରେ ଅଜଣା ଭୂତାଣୁ ସଂକ୍ରମଣ ଆତଙ୍କ । ୩ ଦିନ ମଧ୍ୟରେ ପାର୍କରେ ୯ ହରିଣଙ୍କ ମୃତ୍ୟୁ । ଗତ ୧ ରୁ ୪ ତାରିଖ ମଧ୍ୟରେ ୯ ହରିଣର ମୃତ୍ୟୁର କାରଣ ଅସ୍ପଷ୍ଟ । କାରଣ ଜାଣିବା ପାଇଁ କଟକର ଫୁଲନଖରାରୁ ରାଜ୍ୟ ପ୍ରାଣୀରୋଗ ଗବେଷଣା କେନ୍ଦ୍ର ଏକ ଚାରିଜଣିଆ ବିଶେଷଜ୍ଞ ଦଳ ହରିଶଙ୍କରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହରିଣର ନମୁନା ସଂଗ୍ରହ କରି ଗବେଷଣା କେନ୍ଦ୍ରକୁ ନେଇଛନ୍ତି ।

ପରୀକ୍ଷା ପରେ ହରିଣ ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରାଣୀରୋଗ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଡ଼ା ମିହିର କୁମାର ନାଏକ କହିଛନ୍ତି । ପୂର୍ବରୁ ଏନେଇ ବଲାଙ୍ଗିର ଡିଏଫଓ ମଧ୍ୟ ସେଠାକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରି ଫେରିଆସିଛନ୍ତି । ହରିଶଙ୍କର ହରିଣ ପାର୍କରେ ଏବେ ୩୭୦ଟି ହରିଣ ଅଛନ୍ତି । ଏହାର ରକ୍ଷଣାବେକ୍ଷଣ ବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣ ବନ ବିଭାଗର । ହେଲେ ଗତ ତିନିଦିନ ମଧ୍ୟରେ ୯ ହରିଣର ଅସ୍ୱଭାବିକ ମୃତ୍ୟୁ ହେବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅନ୍ୟପଟେ ଏହି ଗୁରୁତର ଘଟଣାକୁ ହାଲୁକା ଭାବରେ ନେଇଛନ୍ତି ରେଞ୍ଜର ଶ୍ରୀବତ୍ସ କୁମୁରା । କିଛି ହରିଣ ନିଜ ନିଜ ମଧ୍ୟରେ ଧସ୍ତାଧସ୍ତି ହୋଇ ମୃତ୍ୟୁ ହୋଇଥିବା ରେଞ୍ଜର କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ହରିଣ ମୃତ୍ୟୁର କାରଣ ପ୍ରାଣୀରୋଗ ଗବେଷଣା କେନ୍ଦ୍ରର ଟିମ୍ ଜାଣି ପାରୁନଥିବାବେଳେ ଧସ୍ତାଧସ୍ତିରୁ ମୃତ୍ୟୁ ବୋଲି ରେଞ୍ଜର ଜାଣିଲେ କେମିତି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା