Masthead

ଭାରତରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): ଆଜି ଲୋକାର୍ପଣ ହେବ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ ନିର୍ମିତ ଏହି ପ୍ଲାଟଫର୍ମ ଲୋକାର୍ପଣ କରିବେ। ଯାହା ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ୧୫୦୭ ମିଟର ଲମ୍ବ ଏହି ପ୍ଲାଟଫର୍ମ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ କରାଯାଇଛି। କର୍ଣ୍ଣାଟକ ଗସ୍ତ ସମୟରେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ।

୧୧୮ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୮୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବରୁ ବେଙ୍ଗାଲୁରୁରୁ ମହିଶୂର ଯିବାକୁ ପାଖାପାଖି ୩ଘଣ୍ଟା ଲାଗୁଥିବା ବେଳେ ଏହି ଏକ୍ସପ୍ରେସ ୱେ ନିର୍ମାଣ ଫଳରେ ତାହା ୭୫ ମିନିଟ୍‌କୁ ଖସି ଆସିବ। ମୋଦି ଏହି ଏକ୍ସପ୍ରେସ୍‌ ୱେକୁ ଲୋକାର୍ପଣ କରିବା ସହ ମହିଶୂର-କୁଶଳନଗର ୪ ଲେନ୍‌ ବିଶିଷ୍ଟ ରାଜପଥର ନିର୍ମାଣର ଶିଳାନ୍ୟାସ କରିବେ।

୯୨ କିମି ଦୂରତା ବିଶିଷ୍ଟ ଏହି ରାଜପଥ ନିର୍ମାଣରେ ୪୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାଜପଥ ନିର୍ମାଣ ହେଲେ ବେଙ୍ଗାଲୁରୁରୁ କୁଶଳନଗର ଯିବା ନିମନ୍ତେ ଅଢ଼େଇ ଘଣ୍ଟା ଲାଗିବ। ବର୍ତ୍ତମାନ ବେଙ୍ଗାଲୁରୁରୁ କୁଶଳନଗର ଯିବାକୁ ୫ ଘଣ୍ଟା ସମୟ ଲାଗୁଛି। କର୍ଣ୍ଣାଟକ ଗସ୍ତ କାଳରେ ମୋଦି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା