ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । ପ୍ରସ୍ତୁତି, ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ସିଇଓଙ୍କ ସୂଚନା । ପୁରୁଷଙ୍କ ଠାରୁ ମହିଳା ଭୋଟର ଅଧିକ, ୭୩୦୩ ମତଦାନ କେନ୍ଦ୍ର । ୧୨୯୪ ଶତାୟୁ ଭୋଟର, ୬୨୯୬ ଚାକିରିଆ ଭୋଟର । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୧୨୭୬ ଆଦର୍ଶ ବୁଥ୍, ୬୦ଟି ମତଦାନ କେନ୍ଦ୍ରରୁ ଲାଇଭ୍ ହେବ । ୧୨୬୪ କ୍ରିଟିକାଲ ପୋଲିଂ ଷ୍ଟେସନ, ରାୟଗଡ଼ାରେ ସଚେତନ ସୃଷ୍ଟି ବ୍ୟବସ୍ଥା । ମୋଟ ୫୨,୫୦୦ ପୋଲିଂ କର୍ମଚାରୀ ନିୟୋଜିତ ।