ମନେପଡ଼ନ୍ତି ବାପୁ ଓ ଶାସ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ଅକ୍ଟୋବର ୨ ତାରିଖ ଦିନ ଭାରତର ସ୍ୱାଧୀନତା ସଂଗ୍ରାମର ଦୁଇ ମହାନ ନେତା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକି । ଏହି ଦିନକୁ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଭାବରେ ପାଳନ କରାଯାଏ । କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବରେ ଦେଶର ସ୍ୱାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ମହାତ୍ମା ଗାନ୍ଧୀ ବେଶ ଲୋକପ୍ରିୟ ଥିଲେ । ତାଙ୍କର ସତ୍ୟ ଓ ଅହିଂସା ବିଚାରଧାରା ସାମ୍ନାରେ ହାର ମାନିଥିଲା ଇଂରେଜଙ୍କ ଗର୍ବ ଓ ଦମ୍ଭ । ସେହିପରି ଶାସ୍ତ୍ରୀଜୀଙ୍କ ‘ଜୟ ଜବାନ ଜୟ କିଷାନ’ ସ୍ଲୋଗାନ୍ ଭାରତୀୟଙ୍କ ମନରେ ଉତ୍ସାହ ଓ ପ୍ରୋରଣା ଭରି ଥିଲା । ଏହି ସ୍ଲୋଗାନ୍ ଆଜି ବି ଅମର ରହିଛି । ଜଣେ ରାଜନେତା ଓ ସ୍ୱାଧୀନତା ସଂଗ୍ରାମର ନାୟକ ଭାବେ ତାଙ୍କର ଏକନିଷ୍ଠ କର୍ତ୍ତବ୍ୟ ସାରା ବିଶ୍ୱରେ ପ୍ରତିଷ୍ଠିତ କରିଥିଲା । ଗୋରା କବଳରୁ ଦେଶକୁ ମୁକୁଳେଇବା ପାଇଁ ହୋଇଥିବା ସତ୍ୟାଗ୍ରହ ସଂଗ୍ରାମର ସେନାପତି, ସତ୍ୟ ଅହିଂସାର ପଥ ପ୍ରଦର୍ଶକ ମହାତ୍ମା ଗାନ୍ଧୀଙ୍କର ଆଜି ୧୫୫ ତମ ଜନ୍ମ ଜୟନ୍ତୀ । ଆଜି ଏହି ଦୁଇ ମହାନ ମହାପୁରୁଷଙ୍କୁ ମନେ ପକାଉଛନ୍ତି ଦେଶବାସୀ ।

ତେବେ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲିବାଈଙ୍କ କୋଳ ମଣ୍ଡନ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କ ପୂରା ନାମ ମୋହନ ଦାସ କରମଚାନ୍ଧ ଗାନ୍ଧୀ । ମାତ୍ର ୧୩ ବର୍ଷ ବୟସରେ ଗାନ୍ଧୀ କସ୍ତୁରବାଙ୍କୁ ବିବାହ କରିଥିଲେ । ମହାତ୍ମାଗାନ୍ଧୀ ଏବଂ କସ୍ତୁରବାଙ୍କର ଚାରି ପୁତ୍ର ହିରାଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ । ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାର୍ୟ୍ୟ ନିଭାଇଥିଲେ ଗାନ୍ଧୀଜୀ । ତାଙ୍କୁ ଆଦରରେ ଜାତିର ପିତା ଓ ବାପୁଜୀ ବୋଲି କୁହାଯାଏ । ଗାନ୍ଧୀଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଗୁରୁ ରବୀନ୍ଦ୍ରନାଥ ଟାଗୋର । ରାଜକୁମାରୀ ଶୁକ୍ଲା ମହାତ୍ମା ଗାନ୍ଧୀଙ୍କୁ ସର୍ବପ୍ରଥମେ ‘ବାପୁ’ ବୋଲି ଡାକିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଜୀଙ୍କୁ ଜାତିର ପିତାର ଆଖ୍ୟା ଦେଇଥିଲେ । ବ୍ରିଟିଶ ଶାସନ ବିରୋଧରେ ମହାତ୍ମା ଗାନ୍ଧୀ ଥିଲେ ମୁଖ୍ୟ । ଅହିଂସା ଓ ସତ୍ୟାଗ୍ରହକୁ ସର୍ବାଦା ଗୁରୁତ୍ବ ଦେଉଥିଲା ବାପୁ ।ଦେଶକୁ ସ୍ବାଧୀନ କରିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ କରାଯାଇଥିଲା ।

ସେହିପରି ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଆଜି ଜନ୍ମଦିନ । ଉତ୍ତରପ୍ରଦେଶର ମୁଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଲାଭ କରିଥିଲେ ଶାସ୍ତ୍ରୀଜୀ । ଆଜି ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କର ୧୨୦ତମ ଜନ୍ମ ଜୟନ୍ତୀ । ଶାସ୍ତ୍ରୀଜୀଙ୍କ ବାଲ୍ୟକାଳ ସଂଘର୍ଷରେ ବିତିଥିଲା । ମାତ୍ର ୧୬ ବର୍ଷ ବୟସରେ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ବଦେଶୀପ୍ରେମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ସେ ଜୟ ଯବାନ, ଜୟ କିଷାନଙ୍କ ସ୍ଲୋଗାନ୍ ଦେଇଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ତାଙ୍କର ସରଳ ପ୍ରକୃତି ଏବଂ ସରଳ ଜୀବନ ପାଇଁ ଜଣାଶୁଣା । ୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍ ଦେଇଥିଲେ । ୧୯୬୬ ମସିହା ୧୧ ଜାନୁଆରୀରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ତାସକେଣ୍ଟରେ ସନ୍ଦେହଜନକ ଅବସ୍ଥାରେ ପରଲୋକ ହୋଇଥିଲା । ତେବେ ଆଜି ଏହି ଦୁଇ ମହାପୁରୁଷଙ୍କୁ ମନେ ପକାଉଛି ଦେଶ । ଦେଶପାଇଁ ସେମାନଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତ୍ରୀ ଅବସରରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ