Masthead

ବ୍ରହ୍ମପୁରରେ ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମ । ବ୍ରହ୍ମପୁର ସହର ଖଲ୍ଲିକୋଟ କଲେଜ ନିକଟରେ ୱାଇ,ଏସ.ଡ଼ି, ଅରୁଣା , ଇସାରା ଓ ଜି.ପି.ଏସ୍.ଏସ୍ ସ୍ଵେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଭୋଟର ସଚେତନତା କାର୍ୟ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାଗରିକଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ୧୩ ମଇରେ ସମସ୍ତଙ୍କୁ ଭୋଟ ନିଶ୍ଚୟ ଦେବାକୁ କୁହାଯାଇଥିଲା । ବିଶେଷକରି ଭୋଟର ମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଶୁନିଶ୍ଚିତ କରାଇବା , ନିଜର ମତଦାନ କେନ୍ଦ୍ର ଚିହ୍ନଟ କରିବା , ମତଦାନର ସମୟ , ବୁଥକୁ ଯିବା ସମୟରେ ଆବଶ୍ୟକ କାଗଜ ପତ୍ର , ଇ. ଭି. ଏମ. ରେ ନିଜର ପସନ୍ଦର ପାର୍ଥୀଙ୍କୁ କେମିତି ଭୋଟ ଦିଆଯିବ ଓ ନିଜ ପରିବାର, ବନ୍ଧୁ ଓ ସାଙ୍ଗସାଥିମାନଙ୍କୁ ଭୋଟଦାନ କରିବା ପାଇଁ ଉତ୍ସାହିତ କରିବା ପାଇଁ ସଚେତନ କରାଯାଇଥିଲା ।

ପ୍ରଥମଥର ଭୋଟ ଦେବାକୁ ଯାଉଥିବା ଯୁବକ ଓ ଯୁବତୀ ମାନଙ୍କୁ ପୋଲିଂ ପ୍ରକ୍ରିୟା ଉପରେ ସଚେତନ କରିଯାଇଥିଲା । ସ୍ଵେଚ୍ଛାସେବୀ ମାନେ ସକାଳୁ ପୋଷ୍ଟର ଓ ଦସ୍ତଖତ ଅଭିଯାନ ମାଧ୍ୟମରେ ମତଦାତାଙ୍କୁ ଆସନ୍ତା ୧୩ ମଇରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଆହ୍ୱାନ କରିଥିଲେ ସ୍ୱେଚ୍ଛାସେବୀ ସଙ୍ଗଠନ । ଏହି କାର୍ଯ୍ୟକ୍ରମରେ ୱାଇ,ଏସ.ଡ଼ି ସ୍ଵେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ବିଭୁ ପ୍ରସାଦ ସାହୁ , ଅରୁଣା ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର , ଜି.ପି.ଏସ୍.ଏସ୍ ଅନୁଷ୍ଠାନର ପ୍ରତିଷ୍ଠାତା ବୃନ୍ଦାବନ ପଣ୍ଡା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ