Masthead

ଜମି ବିବାଦରୁ ଖଣ୍ଡଯୁଦ୍ଧ

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ଭର୍ଲା ପଞ୍ଚାୟତ ମହୁଲି ଗ୍ରାମରେ ସୋମବାର ଠାକୁରାଣୀଙ୍କ ଜମିବାଡ଼ି ବିବାଦକୁ ନେଇ ଖଣ୍ଡଯୁଦ୍ଧ ହୋଇଛି । ଜମିରେ ହୋଇଥିବା ଫସଲ ଅମଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ପକ୍ଷରୁ ୯ରୁ ଅଧିକ ଆହତ ହୋଇଛନ୍ତି । ଜମିରେ ଚାଷ କରୁଥିବା ଗ୍ରାମର ପ୍ରତାପ ଭତରା, ପଦ୍ମନ ନାୟକ, ଲକି ଭତରା ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ସେପଟେ ଚାଷ କାମକୁ ବିରୋଧ କରୁଥିବା ପୂଜାରୀ ସାହିର ଦେବରାଜ ଯାନୀ, ମୋତାଇ ଯାନୀ, ଡାଇମତି ଯାନୀ, ଆସାଡ଼ୁ ଯାନୀ, ପୁରୁଷୋତ୍ତମ ଯାନୀ, ପୀତାମ୍ବର ଯାନୀ, ବଳଦେବ ଯାନୀ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ଗ୍ରାମର ଖାତା ନମ୍ବର ୨୦୫ରେ ଥିବା ଠାକୁରାଣୀଙ୍କ ଜମିରେ ଚାଷକୁ ନେଇ ବିବାଦ ଲାଗି ରହିଥିଲା । ଦୀର୍ଘ ଦିନ ହେବ ଗୋଟିଏ ଗୋଷ୍ଠୀ ଜମିରେ ଚାଷ କରି ଆସୁଥିଲେ । ଠାକୁରାଣୀଙ୍କ ପୂଜାରୀ ଆସାଡ଼ୁ ଯାନୀଙ୍କ ସମେତ ପୂଜାରୀ ସାହିର ଲୋକେ ଏହାକୁ ବିରୋଧ କରୁଥିଲେ । କିଛି ବର୍ଷ ତଳେ ଠାକୁରାଣୀଙ୍କ ପୂଜାରୀ ପରିବାର ତଥା ସାହି ଲୋକ ଏହାକୁ ବିରୋଧ କରିବା ପରେ ଘଟଣା କୋର୍ଟକୁ ଯାଇ ଜମିରେ ୧୪୪ ଜାରି ହୋଇଥିଲା । ତେବେ କିଛିଦିନ ପୂର୍ବରୁ ଜମିରେ ଚାଷ କରୁଥିବା ଲୋକେ ପୁଣି ଚାଷ କରିଥିଲେ । ଫସଲ ପାଚିବା ପରେ ସୋମବାର ଅମଳ କରାଯାଉଥିଲା । ଏହି ସମୟରେ ପୂଜାରୀ ସାହିର ଲୋକେ ପହଞ୍ଚି ବିରୋଧ କରିଥିଲେ । ଉଭୟ ପକ୍ଷରୁ କଥା କଟାକଟି ପରେ ପରସ୍ପରକୁ ରଡ୍, ଠେଙ୍ଗା, ଧନୁତୀର, ଟାଙ୍ଗିଆ ଆଦିରେ ଆକ୍ରମଣ କରିଥିଲେ । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଥିଲା । ଏ ନେଇ ତୁମ୍ଭର୍ଲା ଫାଣ୍ଡିରେ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା