Masthead

ମୌଳିକ ସୁବିଧାରୁ ବଞ୍ଚିତ ୨୦ରୁ ଅଧିକ ପରିବାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ମୌଳିକ ସୁବିଧାରୁ ବଞ୍ଚିତ ଗୋପିନାଥପୁର ପଞ୍ଚାୟତର ହରିଚନ୍ଦନ ପୁର ଗାଁର ୨୦ରୁ ଅଧିକ ପରିବାର । ସାଧାରଣ ନିର୍ବାଚନକୁ ମାତ୍ର କିଛିଦିନ ବାକି ଥିବାବେଳେ ନେତାମାନଙ୍କୁ ଭୋଟର ବିକାଶର ପାଠ ପଢାଉ ଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିବା ନେତାଙ୍କୁ ଜବାବ ମାଗୁଛନ୍ତି ଜନତା।

ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ହରିଚନ୍ଦନ ପୁର ଗ୍ରାମରେ । ସେହି ଗ୍ରାମରେ ୨୦ରୁ ଅଧିକ ପରିବାରଙ୍କ ଗ୍ରାମରେ ନାହିଁ ଭଲ ରାସ୍ତା ସାଙ୍ଗକୁ ପିଇବା ପାଣିର ସୁବିଧା । ପିଇବା ପାଣି ପାଇଁ ୩କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। ରାଜ୍ୟ ସରକାରଙ୍କ ବସୁଧା ଏମାନଙ୍କ ପାଇଁ ଅଭିଶାପ ପାଲଟିଛି। ପାଇପ ଅଛି ହେଲେ ପାଣି ଆସିବାର ନା ନେଉନାହିଁ । ଏନେଇ ଗ୍ରାମବାସୀ ସରପଞ୍ଚ ପାଖରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ।

ଏନେଇ ସମୂହ ଗ୍ରାମବାସୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହିତ ଭୋଟ ବର୍ଜ୍ଜନର ଚେତାବନୀ ଦେଇଛନ୍ତି। ଏବିଷୟରେ ସ୍ଥାନୀୟ ସରପଞ୍ଚ ବାପୁନ ବାରିକଙ୍କ କହିବା କଥା ଏହି ରାସ୍ତାକାମ ପାଇଁ ୱାର୍କଅଡର ଆସିଛି । ତୁରନ୍ତ ଏହି ରାସ୍ତାକାମ ଆରମ୍ଭ କରା ଯିବା ସହିତ ନୂତନ ନଳକୂପ ବସାଇବା ପାଇଁ ବିଡିଓଙ୍କୁ ଅବଗତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା