Masthead

ଅସହାୟ ବୃଦ୍ଧଙ୍କୁ ଯୁବା ମଞ୍ଚ ବଢ଼ାଇଲା ସହଯୋଗର ହାତ

ହେମଗିରି (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଟପରିଆଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଆଜି ଜଣେ ଅସହାୟ ତଥା ଅଜଣା ବୃଦ୍ଧଙ୍କୁ ସହଯୋଗର ହାତ ବଢ଼ାଇଛି। କିଛିଦିନ ହେବ ଟପରିଆସ୍ଥିତ ସାପ୍ତାହିକ ହାଟରେ ବୃଦ୍ଧ ଜଣକ ଆଶ୍ରୟ ନେଇଥିଲେ । ନା ପିନ୍ଧିବାକୁ ଲୁଗା ଥିଲା ନା ଖାଇବାକୁ ଅନ୍ନ। ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ଲକ୍ଷବଚ୍ଚ ବୈଗା ତାଙ୍କୁ ସବୁ ଦିନ ଖାଇବାକୁ ଦେଉଥିଲେ। ଏ ସମ୍ପର୍କରେ ମଞ୍ଚ ପକ୍ଷରୁ ହେମଗିର ବ୍ଲକ ଓ ଥାନାକୁ ସୂଚନା ଦିଆଯାଇଥିଲେ ମଧ୍ୟ କେହି କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ବୃଦ୍ଧ ଜଣକ ଶୀତକାକରରେ ଅଖିଆ ଅପିଆ ଜୀବନ ବିତାଉଥିବା ଖବର ପାଇ ମଞ୍ଚ ତାଙ୍କୁ ସହଯୋଗର ହାତ ବଢ଼ାଇବା ସହ ନୂଆ ଲୁଗା ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲା । ବୃଦ୍ଧଙ୍କ ଖାଇବା ପିଇବା କଥା ମଧ୍ୟ ବୁଝୁଥିବାର ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ମଞ୍ଚର ଦୀନେଶ ପଟେଲ, ରାକେଶ ବଡ଼ାଇକ, ଉତେଶ ବାରିକ, ରତ୍ନମଣି ବାଗ, ଉମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ