Masthead

ସକ୍ରିୟ ହୁଅନ୍ତୁ ରାଜ୍ୟସରକାର: ବିରଞ୍ଚି ତ୍ରିପାଠୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆନ୍ଧ୍ରକୁ କୋଟିଆ ଦଖଲ ପାଇଁ ଖୋରାକ ଯୋଗାଉଛି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବୋଲି କହିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ । ସେ କହିଛନ୍ତି ୧୯୩୬ ମସିହାରୁ କୋଟିଆ ରାଜ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହି ଆସିଛି । ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏଠି ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଲଞ୍ଚ କଲା ବେଳେ ଆନ୍ଧ୍ର ଅଧିକାରୀ କୋଟିଆରେ ଅନୁପ୍ରବେଶ କରୁଛନ୍ତି । ଗତକାଲି ମଧ୍ୟ ଦାଦାଗିରି ଦେଖାଇଛି ଆନ୍ଧ୍ର ପ୍ରଶାସନ । ସାଲେରୀର ବିଡିଓ ଏବଂ ଅନ୍ୟ କିଛି ଅଧିକାରୀ ଲୋକଙ୍କୁ ଆଣି ବୈଠକ କଲେ ।

ଜଗନ୍ନାଥ ସୁରକ୍ଷା ଯୋଜନାରେ କିଟ୍ ବଣ୍ଟନ କଲେ। ଗାଡ଼ି ଲଗାଇ ଲୋକ ବୁହାଇଲେ । ହେଲେ ଓଡ଼ିଶା ସରକାର ଓ ପ୍ରଶାସନ ଏବଂ ପୋଲିସ ନୀରବଦ୍ରଷ୍ଟା ସାଜିଲେ । କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ । ସେଠାକାର ଲୋକ ଚାହୁଁଛନ୍ତି କନ୍ଧ ଭାଷା ଜାଣିଥିବା ଶିକ୍ଷକ ରହିଲେ ଲାଭ । ହେଲେ ସ୍କୁଲକୁ ଶିକ୍ଷକ ଯାଉନାହାନ୍ତି । ଆନ୍ଧ୍ର ସରକାର ସବୁ ଗାଁରେ ଏଜେଣ୍ଟ ନିଯୁକ୍ତ କରିଛନ୍ତି । ସେମାନେ ଆନ୍ଧ୍ର ସରକାରଙ୍କ ସବୁ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରସାର ପ୍ରଚାର କରୁଛନ୍ତି ।

ତେଣୁ ରାଜ୍ୟ ସରକାର ଏଜେଣ୍ଟମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । କୋଟିଆରେ ଆନ୍ଧ୍ରର ୩ ପଞ୍ଚାୟତ କରିଥିବା ବେଳେ ଆମର ମାତ୍ର ଗୋଟିଏ ପଞ୍ଚାୟତ । ତେଣୁ ୪ଟି ପଞ୍ଚାୟତରେ ବିଭକ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖନ୍ତୁ ସରକାର । ଏହା ସହ ବିଜେପି ଅଭିଯୋଗ କରିଛି ସେଠି ସ୍ଵାସ୍ଥ୍ୟ ସେବା ନାହିଁ ଏବଂ ଆମ୍ବୁଲାନସ ଡାକିଲେ ଆନ୍ଧ୍ର ସରକାରଙ୍କ ଆମ୍ବୁଲାନ୍ସ ପହଞ୍ଚୁଛି । ରାଜ୍ୟ ସରକାର ଖୁବଶୀଘ୍ର ଏସବୁ ବ୍ୟବସ୍ଥା କରନ୍ତୁ । ଆହୁରି ସକ୍ରିୟ ହୁଅନ୍ତୁ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର