Masthead

ଅଂଶୁଘାତରେ ବାଘର ଆତ୍ମସମର୍ପଣ, ପାଣି ବିନା ହାତୀ ମୃତ

ଜଙ୍ଗଲରେ ଉତ୍କଟ ଜଳକଷ୍ଟ

ନୂଆପଡ଼ା/ନରସିଂହପୁର(ବଡ଼ ଖବର ବ୍ୟୁରୋ): ଅସହ୍ୟ ତାତିରେ ଖାଲି ମଣିଷ ଛଟପଟ ନୁହେଁ, ପଶୁପକ୍ଷୀ ବି ହାହାକାର ଅବସ୍ଥାରେ । ଅଂଶୁଘାତର ଶିକାର ହୋଇ ଆତଙ୍କ ଖେଳାଇଥିବା ନୂଆପଡ଼ା ବାଘ ଶେଷରେ ଆତ୍ମସମର୍ପଣ କରିଛି । ଖାଲି ବାଘ ନୁହେଁ ପାଣି ବିନା ଜୀବନ ହାରିଛି ନରସିଂହପୁରର ହାତୀ । ଚିତ୍ ହୋଇପଡ଼ିରହିଥିବା ବାଘ ସେହି କଲରାପତରିଆ ବାଘ, ଯାହା ଆତଙ୍କରେ ଦୁଇମାସ ହେଲା ସ୍ଥାନୀୟ ଅଞ୍ଚଳ ଭୟଭୀତ ଅବସ୍ଥାରେ ଥିଲା । ଏପରିକି ମଣିଷକୁ ବି ମାରି ଖାଇଥିଲା ଏହି ବାଘ । ହେଲେ ଆଜି ଅଂଶୁଘାତ ମାଡ଼ରେ ନିସ୍ତେଜ ହୋଇପଡ଼ି ରହିଛି । ଲୋକେ ଘେରି ରହିଛନ୍ତି, ପାଣି ଛାଟୁଛନ୍ତି, ସେ କିନ୍ତୁ ଉଠିପାରୁନାହିଁ । ଯେଉଁବାଘକୁ ଏତେ ଦିନ ଧରି କ୍ୟାମେରା ଲଗାଇ ଖୋଜୁଥିଲା ବନବିଭାଗ, ତଥାପି ଧରିପାରୁ ନ ଥିଲା । ସେହି ବାଘ ସିଲେରିବାହାରା ଗାଁର ଗୋଟିଏ ଗଛତଳେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବସି ରହିଥିଲା । ଫଳରେ ଅତି ସହଜରେ ତାକୁ କାବୁ କରାଯାଇଥିଲା । ପ୍ରଥମେ ଜାଲ ପରେ ଏକ ଖୁଆଡ଼ରେ ତାକୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି । ଅଂଶୁଘାତର ଶିକାର ହୋଇ ଏହି ବାଘ ଧରାଦେଇଥିବା ବେଳେ ଆଉଗୋଟିଏ ବାଘ ଜଙ୍ଗଲରେ ଥିବା ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି ।

 ଗୋଟିଏ ପଟେ ନୂଆପଡ଼ାରୁ ବାଘକୁ ଅଂଶୁଘାତର ଖବର ଅନ୍ୟପଟରେ କଟକ ଜିଲ୍ଲା ନରସିଂହପୁରରୁ ପାଣି ଅଭିବାବରୁ ହାତୀ ମୃତ୍ୟୁର ଦୁଃଖଦ ଖବର । ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ବ୍ରାହ୍ମଣୀ ବିଟ ନୂଆଗଡ଼ ସେକ୍ସନ କମ୍ପାଟମେଣ୍ଟ ତିନିରେ ଶୋଷରେ ଛଟପଟ ହୋଇ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀର ଗଳିତ ଶବକୁ ବନବିଭାଗ ଉଦ୍ଧାର କରିଛି। ହାତୀଟି ପାଣି ଅଭାବରୁ ପ୍ରାୟ କୋଡ଼ିଏରୁ ପଚିଶ ଦିନ ପୂର୍ବରୁ ମରିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ଶୁକ୍ରବାର ହାତୀର ଗଳିତ ଶବକୁ ଠାବ କରାଯାଇ ତରବରିଆ ଭାବେ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦୁଇରୁ ତିନି ବର୍ଷ ହେବ ।

 ଅସହ୍ୟ ତାତିରେ ସମଗ୍ର ଜୀବଜଗତ ଅସହାୟ ହୋଇପଡ଼ିଛି । ଜଙ୍ଗଲରେ ଜଳକଷ୍ଟ ଉତ୍କଟ ହୋଇଛି । ଫଳରେ ପଶୁପକ୍ଷୀ ପାଣିବିନା ଜୀବନ ହାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ