Masthead

ପ୍ରଧାନମନ୍ତ୍ରୀ ସଡ଼କରେ ଆଣ୍ଠୁଏ ପାଣି

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ହୋଇଛି, କିନ୍ତୁ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାରେ ଆଣ୍ଠୁଏ ବର୍ଷାପାଣି ଜମି ରହିବାରୁ ଗମନାଗମନରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଦେଉଳା ପଞ୍ଚାୟତରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦେଉଳା- ଦେଭୋଗ ୧୬୦୦ ମିଟର ରାସ୍ତା ଏକକୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ହେଇଥିଲା । ମାତ୍ର ରାସ୍ତାର ଅଧାଅଂଶ କଂକ୍ରିଟ ହୋଇଥିବା ବେଳେ ବାକି ଅଧା ପିଚୁ ହୋଇଛି। ତେବେ ତ୍ରୁଟିପୂର୍ଣ୍ଣ ପ୍ଲାନ୍ ସମସ୍ୟା ସୃଷ୍ଟି କରୁଛି । ରାସ୍ତା ପାଶ୍ୱର୍ ପାଣି ନିଷ୍କାସନ ପାଇଁ ଡ୍ରେନ୍ ବ୍ୟବସ୍ଥା ନାହିଁ । ରାସ୍ତାର ୨୦୦ ମିଟର ସଂଯୋଗ ରାସ୍ତାରୁ ଡାଉନ୍ ଥିବାରୁ ସେଠାରେ ଆଣ୍ଠୁଏ ପାଣି ଜମି ରହୁଛି। ମୋଟରସାଇକେଲ ଓ ସାଇକେଲରେ ଯାଉଥିବା ଲୋକମାନେ ଅସୁବିଧାରେ ପଡୁଛନ୍ତି । ମହିଳା, ଝିଅ ଓ ଛୋଟପିଲାମାନେ ଚାଲି ଚାଲି ସେହି ରାସ୍ତାରେ ଯାଇପାରୁ ନାହାନ୍ତି । ଦେଭୋଗକୁ ଉକ୍ତ ରାସ୍ତା ସଂଯୋଗ କରୁଥିବାରୁ ବଳରାମପୁର ଓ ଦେଭୋଗ ପଞ୍ଚାୟତ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ । ରାସ୍ତାର ଦୁଇପାର୍ଶ୍ଵ ଜବରଦଖଲ ମୁକ୍ତ କରାଯାଇ ଯଥାଶୀଘ୍ର ପାଣି ନିଷ୍କାସନ ବ୍ୟବସ୍ଥା କରାଯିବା ସହ ଡ୍ରେନ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା