Masthead

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ) : ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ଦିଆଯାଉଛି ବାର୍ଦ୍ଧକ୍ୟ ଭତ୍ତା । କମ୍ ବୟସର କିଛି ଲୋକଙ୍କୁ ବହୁଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଯୋଗ୍ୟ ବ୍ୟକ୍ତିଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦୋରାଗୁଡ଼ା ପଞ୍ଚାୟତର ବନଗୁଡ଼ା ଗ୍ରାମରୁ । ଏହି ଗ୍ରାମର ଟଙ୍କଧର ଖିଲ (୬୫), ଲକ୍ଷ୍ମୀଦେଇ ଖିଲ (୬୨), ରଇଲା ପାମିଆ (୬୬), ବଳରାମ ପାମିଆ (୬୫), ନୀଳମଣି ଖିଲ (୮୧) ପ୍ରମୁଖ ଏ ସମ୍ପର୍କରେ ପ୍ରଶାସନକୁ ଗୁହାରି କରିଥିଲେ ସୁଫଳ ମିଳୁନି । ମଧୁବାବୁ ପେନସନ ଯୋଜନା ହେଉ ଅବା ଅନ୍ୟାନ୍ୟ ଯୋଜନାର ଫାଇଦା ଉଠାଇପାରୁ ନାହାନ୍ତି ବହୁ ଯୋଗ୍ୟ ହିତାଧିକାରୀ । ତୁରନ୍ତ ପ୍ରଶାସନ ଓ ଲୋକପ୍ରତିନିଧି ହସ୍ତକ୍ଷେପ କରି ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ