Masthead

‘ଆମେ ଆନ୍ଧ୍ରରେ ରହିବୁନୁ, ଓଡ଼ିଶାରେ ମିଶିବୁ’

କୋରାପୁଟ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ତେଜିବାରେ ଲାଗିଛି କୋଟିଆ ବିବାଦ । ମାମଲା ସୁପ୍ରିମକୋର୍ଟ । ତେଣେ ଓଡ଼ିଶାର ଛାତି ଉପରେ ଛିଡ଼ା ହୋଇ ଆନ୍ଧ୍ର କରିଛି ପଞ୍ଚାୟତ ନିର୍ବାଚନ । ଏପଟେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ସାଲୁର୍ ମଣ୍ଡଳର ୧୮ଟି ଗାଁର ଲୋକମାନେ ଓଡିଶାରେ ମିଶିବା ପାଇଁ ଅଡିବସିଛନ୍ତି । କେଟିଆରେ ଆନ୍ଧ୍ର ବିକାଶର ଛବି ଦେଖାଉଥିବା ବେଳେ ସାଲୁର୍ ମଣ୍ଡଳର ୧୮ଟି ଗାଁର ଲୋକମାନେ ବିକାଶଠାରୁ ବହୁ ଦୂରରେ ।

ଏବେ ୧୮ଟି ଗ୍ରାମର ଗ୍ରାମବାସୀମାନେ ଏକାଠି ହୋଇଛନ୍ତି । ମେଳି ବାନ୍ଧିଛନ୍ତି । ସେମାନେ ଏକ ସଭାର ଆୟୋଜନ କରି ଓଡିଶାର ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେହି ସଭାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଯୋଗ ଦେଇଥିଲେ । ୧୮ ଖଣ୍ତ ଗାଁର ମୁଖିଆ ସାମିଲ ହୋଇ ନିଜ ଗାଁର ସମସ୍ୟା ଜଣାଇଥିଲେ । ଆନ୍ଧ୍ର ଗ୍ରାମବାସୀ ଓଡ଼ିଶାରେ ମିଶିବା ପାଇଁ ଦାବି କରିଛନ୍ତି । କାରଣ ଆନ୍ଧ୍ର ସରକାର ଏମାନଙ୍କୁ କୌଣସି ମୌଳିକ ସୁବିଧା ଦେଉ ନ ଥିବା ଅଭିଯୋଗ ହୋଇଛି ।

ଏମାନେ ଆନ୍ଧ୍ରର ସମସ୍ତ ମୌଳିକ ସୁବିଧାରୁ ବଂଚିତ । ସେହି ପଞ୍ଚାୟତରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀମାନେ ମଧ୍ୟ କରିଛନ୍ତି ଅଭିଯୋଗ । ପିଲାଙ୍କୁ ପଢାଇବା ପାଇଁ ଅଙ୍ଗନବାଡି କିମ୍ବା ସ୍କଲ ଘର ନାହିଁ । ଏପରିକି ଯାତାୟାତ ପାଇଁ ରାସ୍ତା ନ ଥିବା ମଧ୍ୟ ଦର୍ଶାଇଛନ୍ତି ଗାଁର ମୁଖିଆ । ଏହି ବୈଠକରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିବାବେଳେ କୋଟିଆ ପଞ୍ଚାୟତର ଅନେକ ବାସିନ୍ଦା ଏବେ ହୋଇଛନ୍ତି ଆନ୍ଧ୍ର ମୁହାଁ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ