Masthead

କାଲିଠୁ ସରକାର ଗଢିବ ତାଲିବାନ

କାବୁଲ (ବଡ଼ ଖବର ବ୍ୟୁରୋ):   ସତ ହେବାକୁ ଯାଉଛି ତାଲିବାନ ସ୍ୱପ୍ନ । ବନ୍ଧୁକ ମୁନରେ ଆଫଗାନୀସ୍ଥାନକୁ ଜବରଦଖଲ କରିଥିବା ତାଲିବାନ ଏବେ ଆଫଗାନରେ ସରକାର ଗଠନ କରିବାକୁ ଯାଉଛି ।  ଆସନ୍ତାକାଲିଠୁ ଆଫଗାନରେ ତାଲିବାନୀମାନେ ଲୋକଙ୍କୁ ଶାସନ କରିବା ଆରମ୍ଭ କରିବେ । କେବଳ ବିଦ୍ଧିବଧ ଘୋଷଣାକୁ ଅପେକ୍ଷା କରିଛି ତାଲିବାନ । ସୂଚନା ଅନୁଯାଇ ଗତକାଲିର ନମାଜ ପାଠ ପରେ ତାଲବାନୀ ସରକାର ଗଠନ କରିବ । ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ମନମୁଖୀ ଶାସନ ଚଳେଇବ ତାଲିବାନ । ଆମେରିକା ସେନା ଆଫଗାନ ଛାଡିବା ପରେ ତାଲିବାନ ନିଜକୁ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଥିଲା ଓ ଏହା ପରେ ତାଲିବାନର ଆଉ ଏକ ବର୍ବରତାର ଚିତ୍ର ସାମ୍ନାକୁ ଆସିଥିଲା । ଯେଉଁଠି ତାଲିବାନ ଆମେରୀକାର ଅତ୍ୟାଧୁନିକ ହେଲିକପ୍ଟର ‘ବ୍ଲାକ ହକ’କୁ ବ୍ୟବହାର କରି ଆକାଶରେ ପାଟ୍ରୋଲିଙ୍ଗ କରୁଥିଲା ।

ଗତକାଲି ସର୍ବସମିତିକ୍ରମେ ହୈବତୁଲ୍ଲା ଅଖୁଣ୍ଡଜାଦା ଆଫଗାନରେ ଆରମ୍ଭ ହେବାକୁ ଯାଉଥିବା ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ । ତେବେ ଦୀର୍ଘ ବର୍ଷ ଧରି କ୍ଷତିଗ୍ରସ୍ଥ ଆଫଗାନୀସ୍ତାନକୁ ଗତକାଲିର ତାଲିବାନର ସରକାର ଗଠନ ପରେ ସେଠାରେ କିପରି ଶାସନ ଚାଲିବ, ଏହା ଉପରେ ସମସ୍ତଙ୍କ ନଜର । ଅନ୍ୟପକ୍ଷରେ କାବୁଲ ଏୟାରପୋର୍ଟରେ ପୁଣି ଉଡାଣ ଆରମ୍ଭ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରୟାସ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର