କାଲିଠୁ ସରକାର ଗଢିବ ତାଲିବାନ

କାବୁଲ (ବଡ଼ ଖବର ବ୍ୟୁରୋ):   ସତ ହେବାକୁ ଯାଉଛି ତାଲିବାନ ସ୍ୱପ୍ନ । ବନ୍ଧୁକ ମୁନରେ ଆଫଗାନୀସ୍ଥାନକୁ ଜବରଦଖଲ କରିଥିବା ତାଲିବାନ ଏବେ ଆଫଗାନରେ ସରକାର ଗଠନ କରିବାକୁ ଯାଉଛି ।  ଆସନ୍ତାକାଲିଠୁ ଆଫଗାନରେ ତାଲିବାନୀମାନେ ଲୋକଙ୍କୁ ଶାସନ କରିବା ଆରମ୍ଭ କରିବେ । କେବଳ ବିଦ୍ଧିବଧ ଘୋଷଣାକୁ ଅପେକ୍ଷା କରିଛି ତାଲିବାନ । ସୂଚନା ଅନୁଯାଇ ଗତକାଲିର ନମାଜ ପାଠ ପରେ ତାଲବାନୀ ସରକାର ଗଠନ କରିବ । ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ମନମୁଖୀ ଶାସନ ଚଳେଇବ ତାଲିବାନ । ଆମେରିକା ସେନା ଆଫଗାନ ଛାଡିବା ପରେ ତାଲିବାନ ନିଜକୁ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଥିଲା ଓ ଏହା ପରେ ତାଲିବାନର ଆଉ ଏକ ବର୍ବରତାର ଚିତ୍ର ସାମ୍ନାକୁ ଆସିଥିଲା । ଯେଉଁଠି ତାଲିବାନ ଆମେରୀକାର ଅତ୍ୟାଧୁନିକ ହେଲିକପ୍ଟର ‘ବ୍ଲାକ ହକ’କୁ ବ୍ୟବହାର କରି ଆକାଶରେ ପାଟ୍ରୋଲିଙ୍ଗ କରୁଥିଲା ।

ଗତକାଲି ସର୍ବସମିତିକ୍ରମେ ହୈବତୁଲ୍ଲା ଅଖୁଣ୍ଡଜାଦା ଆଫଗାନରେ ଆରମ୍ଭ ହେବାକୁ ଯାଉଥିବା ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ । ତେବେ ଦୀର୍ଘ ବର୍ଷ ଧରି କ୍ଷତିଗ୍ରସ୍ଥ ଆଫଗାନୀସ୍ତାନକୁ ଗତକାଲିର ତାଲିବାନର ସରକାର ଗଠନ ପରେ ସେଠାରେ କିପରି ଶାସନ ଚାଲିବ, ଏହା ଉପରେ ସମସ୍ତଙ୍କ ନଜର । ଅନ୍ୟପକ୍ଷରେ କାବୁଲ ଏୟାରପୋର୍ଟରେ ପୁଣି ଉଡାଣ ଆରମ୍ଭ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରୟାସ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ