Masthead

ଆମେରିକାରେ ଆରମ୍ଭ ହେବ ବାଇଡେନ ଯୁଗ

ଆସନ୍ତାକାଲି ଶପଥ ନେବେ ଜୋ ବାଇଡେନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୦ ଅର୍ଥାତ ଆସନ୍ତାକାଲି ଶପଥ ନେବାକୁ ଯାଉଛନ୍ତି ଆମେରିକାର ନୂଆ ରାଷ୍ଟ୍ରମୁଖ୍ୟ । କରୋନା କାଳରେ ହୋଇଥିବା ନିର୍ବାଚନରେ ବିଜୟ ପରେ ଆସନ୍ତାକାଲି ଶପଥ ନେବେ ପ୍ରେସିଡେଣ୍ଟଣ୍ଟ ଇଲେକ୍ଟ ଜୋ ବାଇଡେନ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୭ ତମ ମୁଖ୍ୟଭାବେ ଆସନ୍ତାକାଲି ଶପଥ ନେବେ ଜୋଶେଫ ରୋବିନେଟ ବାଇଡେନ ଜୁନିୟର । ପୁଣି ଆମେରିକାରେ ଆରମ୍ଭ ହେବ ଡେମୋକ୍ରାଟଙ୍କ ଶାସନ । ତେବେ ଆସନ୍ତାକାଲି ସାରା ବିଶ୍ୱବାସୀଙ୍କ ନଜର ରହିବ ହ୍ୱାଇଟ ହାଉସ ଉପରେ କାରଣ ସେଠାରେ ଚାଲିଥିବା ରାଜନୈତିକ ହିଂସା ମଧ୍ୟରେ ପଦଛାଡିବାକୁ ଅରାଜି ଥିବା ଟ୍ରମ୍ପ ନିଜ ପଦରୁ ଅବସର ନେବେ । ତେବେ ବାଇଡେନଙ୍କ ପାଇଁ ହ୍ୱାଇଟ ହାଉସର ରାସ୍ତା ଏତେ ସହଜ ନଥିଲା ।

ଗୋଟିଏ ପଟେ ଟ୍ରମ୍ପଙ୍କ ବିରୋଧରେ ଦମଦାର ବିଜୟ ହାସଲ କରିଥିଲେ ମଧ୍ୟ ସେ ବିଜୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । କ୍ୟାପିଟାଲ ବିଲ୍ଡିଂ ପରିସରରେ ମଧ୍ୟ ହିଂସା ହୋଇଥିଲା । ତେବେ ଏହାରି ମଧ୍ୟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବା ବେଳେ ସିନେଟର ଭୋଟିଂକୁ ଅପେକ୍ଷା ରହିଥିଲା କିନ୍ତୁ ତାଙ୍କୁ ହ୍ୱାଇଟ ହାଉସରୁ ବିଦା କରାଯାଇନଥିଲା । ଅନ୍ୟପଟେ ଆସନ୍ତାକାଲି ଯେତେବେଳେ ଟ୍ରମ୍ପ ସେଠାରୁ ବଦାୟ ନେବେ ସେ ମୂହୁର୍ତ ମଧ୍ୟ ସାରା ବିଶ୍ୱ ପାଇଁ ଏକ ଅବିସ୍ମରଣୀହୋଇ ରହିବ । ସବୁଠାରୁ ବଡ କଥା ଅନେକ ଥର ପ୍ରେସିଡେନସିଆଲ କ୍ୟାଣ୍ଡିଡେଟ ହୋଇ ମଧ୍ୟ ବାଇଡେନ ମିଷ୍ଟର ପ୍ରେସିଡେଣ୍ଟ ଡାକ ଶୁଣିପାରୁନଥିଲେ । ଆସନ୍ତାକାଲିଠାରୁ ସେ ଏହି ପଦ ମଣ୍ଡନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ