Masthead

‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର । ଆଇଏମ୍‌ଡି ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ ସତର୍କ କରାଇବ। ଉକ୍ତ ପୋର୍ଟାଲରେ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ କୃଷି ସୂଚନା ଉପଲବ୍ଧ ହେବ।

ପ୍ରତି ପଞ୍ଚାୟତର ମୁଖ୍ୟ ଏବଂ ପଞ୍ଚାୟତ ସମ୍ପାଦକଙ୍କୁ ଏହି ପୋର୍ଟାଲ ଜରିଆରେ ପାଣିପାଗ ସୂଚନା ଯୋଗାଇଦିଆଯିବା ସହ ସବୁ ଗ୍ରାମରେ ପହଞ୍ଚାଇବାକୁ କୁହାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍‌ଡି, ଭୂବିଜ୍ଞାନ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଗ୍ରୀନ୍‌ ଆଲର୍ଟ ମୌସମ ସେବା ମିଳିତ ଭାବରେ ପଞ୍ଚାୟତ ମୌସମ ସେବା ପୋର୍ଟାଲକୁ ବିକଶିତ କରିଛନ୍ତି। ପାଣିପାଗ ସୂଚନା, ସତର୍କତା ଆଦି ସମ୍ପର୍କରେ ଚାଷୀଙ୍କୁ ଜଣାଇଦିଆଯିବା ସହ ବିହନ ବୁଣା, ତଳି ରୁଆଁ, ଜଳସେଚନ, ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କରେ ସୂଚନା ଦିଆଯିବ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ଉକ୍ତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ