Masthead

‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର । ଆଇଏମ୍‌ଡି ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ ସତର୍କ କରାଇବ। ଉକ୍ତ ପୋର୍ଟାଲରେ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ କୃଷି ସୂଚନା ଉପଲବ୍ଧ ହେବ।

ପ୍ରତି ପଞ୍ଚାୟତର ମୁଖ୍ୟ ଏବଂ ପଞ୍ଚାୟତ ସମ୍ପାଦକଙ୍କୁ ଏହି ପୋର୍ଟାଲ ଜରିଆରେ ପାଣିପାଗ ସୂଚନା ଯୋଗାଇଦିଆଯିବା ସହ ସବୁ ଗ୍ରାମରେ ପହଞ୍ଚାଇବାକୁ କୁହାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍‌ଡି, ଭୂବିଜ୍ଞାନ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଗ୍ରୀନ୍‌ ଆଲର୍ଟ ମୌସମ ସେବା ମିଳିତ ଭାବରେ ପଞ୍ଚାୟତ ମୌସମ ସେବା ପୋର୍ଟାଲକୁ ବିକଶିତ କରିଛନ୍ତି। ପାଣିପାଗ ସୂଚନା, ସତର୍କତା ଆଦି ସମ୍ପର୍କରେ ଚାଷୀଙ୍କୁ ଜଣାଇଦିଆଯିବା ସହ ବିହନ ବୁଣା, ତଳି ରୁଆଁ, ଜଳସେଚନ, ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କରେ ସୂଚନା ଦିଆଯିବ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ଉକ୍ତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ