Masthead

ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର

ବିନିକା (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର । କୌଳିକ ବୃତିକୁ ଆଦରି ଅଭାବ ଅନଟନରେ ବିତୁଛି ଜୀବନ । ନା ଅଛି ଏମାନଙ୍କ ପାଖରେ କଳାକାର ଭତ୍ତା ନା ଅଛି କୌଣସି ସରକାରୀ ସହାୟତା ତଥାପି ନିଜର କୌଳିକ ବୃତିକୁ ଛାଡ଼ିନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟି ଗାଁର କାରିଗର ମାନେ ।

ହାତର ଯାଦୁଗରୀ ଓ ଲୋକଵାଦ୍ୟ ନିର୍ମାଣର ସ୍ୱତନ୍ତ୍ର କଳା ଏମାନଙ୍କ ପରିଚୟ । ମୃଦଙ୍ଗ, ଢୋଲ, ନିଶାନ,ତବଲା,ତାସା ବିଭିନ୍ନ ଜିନିଷ ଏମାନେ ନିଜ ହାତରେ ନିର୍ମାଣ କରୁଛନ୍ତି । ପିଢି ପରେ ପିଢ଼ି ନିଜର କୌଳିକ ବୃତିକୁ ଆପଣେଇଛନ୍ତି ସୁବର୍ଣ୍ଣପୁର ବିନିକା ବ୍ଲକ ସିଲାଟି ଗାଁର କାରିଗର ପରିବାର । ବର୍ଷ ତମାମ କୌଳିକ ବୃତିକୁ ଆପଣେଇଥିଲେ ମଧ୍ୟ ଏମାନଙ୍କର ଆର୍ଥିକସ୍ଥିତିରେ ସୁଧାର ଆସିପାରୁ ନାହିଁ । ତଥାପି ଏହି କାରିଗର ମାନେ ନିଜର କୌଳିକ ବୃତ୍ତିକୁ ଛାଡିପାରୁନାହାନ୍ତି । ଅଭାବ ଅନାଟନ ଭିତରେ ବିତୁଛି ଛୁଆପିଲାଙ୍କ ସଂସାର । ନା ଏମାନଙ୍କୁ ମିଳୁଛି କଳାକାର ଭତ୍ତା ନା ସରକାରୀ ପ୍ରୋତ୍ସାହନ ।

ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କେହି ଶୁଣୁନଥିବା କହିଛନ୍ତି ମୃଦଙ୍ଗ କାରିଗର । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏମାନଙ୍କ ପାଖରୁ ମୃଦଙ୍ଗ, ଢୋଲ, ତବଲା, ନିଶାନ, ତାସା ନେଇ ଲୋକମାନେ କଳାକାର ଭତା ପାଉଛନ୍ତି ହେଲେ ଯେଉଁ ମାନେ ଏହାକୁ ତିଆରି କରୁଛନ୍ତି ସେମାନଙ୍କୁ ନା ମିଳୁଛି କଳାକାର ଭତ୍ତା ନା ସରକାରୀ ସହାୟତା । କୌଳିକ ବୃତ୍ତିକୁ ଆଦରି ଜୀବନ ବିତାଉଥିବା କାରିଗର ମାନଙ୍କୁ କେବେ ମିଳିବ ସରକାରୀ ସହାୟତା ତାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା