ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର

ବିନିକା (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର । କୌଳିକ ବୃତିକୁ ଆଦରି ଅଭାବ ଅନଟନରେ ବିତୁଛି ଜୀବନ । ନା ଅଛି ଏମାନଙ୍କ ପାଖରେ କଳାକାର ଭତ୍ତା ନା ଅଛି କୌଣସି ସରକାରୀ ସହାୟତା ତଥାପି ନିଜର କୌଳିକ ବୃତିକୁ ଛାଡ଼ିନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟି ଗାଁର କାରିଗର ମାନେ ।

ହାତର ଯାଦୁଗରୀ ଓ ଲୋକଵାଦ୍ୟ ନିର୍ମାଣର ସ୍ୱତନ୍ତ୍ର କଳା ଏମାନଙ୍କ ପରିଚୟ । ମୃଦଙ୍ଗ, ଢୋଲ, ନିଶାନ,ତବଲା,ତାସା ବିଭିନ୍ନ ଜିନିଷ ଏମାନେ ନିଜ ହାତରେ ନିର୍ମାଣ କରୁଛନ୍ତି । ପିଢି ପରେ ପିଢ଼ି ନିଜର କୌଳିକ ବୃତିକୁ ଆପଣେଇଛନ୍ତି ସୁବର୍ଣ୍ଣପୁର ବିନିକା ବ୍ଲକ ସିଲାଟି ଗାଁର କାରିଗର ପରିବାର । ବର୍ଷ ତମାମ କୌଳିକ ବୃତିକୁ ଆପଣେଇଥିଲେ ମଧ୍ୟ ଏମାନଙ୍କର ଆର୍ଥିକସ୍ଥିତିରେ ସୁଧାର ଆସିପାରୁ ନାହିଁ । ତଥାପି ଏହି କାରିଗର ମାନେ ନିଜର କୌଳିକ ବୃତ୍ତିକୁ ଛାଡିପାରୁନାହାନ୍ତି । ଅଭାବ ଅନାଟନ ଭିତରେ ବିତୁଛି ଛୁଆପିଲାଙ୍କ ସଂସାର । ନା ଏମାନଙ୍କୁ ମିଳୁଛି କଳାକାର ଭତ୍ତା ନା ସରକାରୀ ପ୍ରୋତ୍ସାହନ ।

ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କେହି ଶୁଣୁନଥିବା କହିଛନ୍ତି ମୃଦଙ୍ଗ କାରିଗର । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏମାନଙ୍କ ପାଖରୁ ମୃଦଙ୍ଗ, ଢୋଲ, ତବଲା, ନିଶାନ, ତାସା ନେଇ ଲୋକମାନେ କଳାକାର ଭତା ପାଉଛନ୍ତି ହେଲେ ଯେଉଁ ମାନେ ଏହାକୁ ତିଆରି କରୁଛନ୍ତି ସେମାନଙ୍କୁ ନା ମିଳୁଛି କଳାକାର ଭତ୍ତା ନା ସରକାରୀ ସହାୟତା । କୌଳିକ ବୃତ୍ତିକୁ ଆଦରି ଜୀବନ ବିତାଉଥିବା କାରିଗର ମାନଙ୍କୁ କେବେ ମିଳିବ ସରକାରୀ ସହାୟତା ତାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!