Masthead

ଦିନ ସାଢେ ୧୧ଟାରେ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳୁଛି ଓଡ଼ିଶା । ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ଏମିତିକି ଘରୁ ବାହାରିଲେ ଦେହ ହାତ ପୋଡି ଯାଉଛି । ରାଜ୍ୟକୁ ଉତ୍ତର, ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବଢୁଛି । ଏଥିପାଇଁ ଦିନବେଳା ତାତି ବଢ଼ିଚାଲିଛି । ଆଗକୁ ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ନେଇ ପାଣିପାଗର ସୂଚନା। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ପ୍ରଚଣ୍ଡ ତାତି ଯୋଗୁ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅରମ୍ଭ ହୋଇଛି । ସକାଳୁ ସକାଳୁ ତାପମାତ୍ରା ୩୦ ଟପିଥିବା ଦେଖିବାକୁ ମିଳିଥିବା ବେଳେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ ହୋଇଛି ।

ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱରରେ ୩୯.୬°, ଭୁବନେଶ୍ୱରରେ ୩୯.୨°, ଚାନ୍ଦବାଲିରେ ୩୮.୭°, ଝାରସୁଗୁଡାରେ ୩୮.୪°, କେନ୍ଦୁଝରରେ ୩୮°, ହୀରାକୁଦରେ ୩୭.୫°, ରାଉରକେଲାରେ ୩୭°, ସମ୍ବଲପୁରରେ ୩୬.୮°, ଗୋପାଳପୁରରେ ୩୫.୨°, ପାରାଦୀପରେ ୩୫°, ପୁରୀରେ ୩୪.୫° ସେଲସିୟସ୍ ରେକର୍ଡ ହୋଇଛି । ସେପଟେ ସକାଳୁ ୮ଟା ୩୦ସୁଦ୍ଧା ଭୁବନେଶ୍ୱରରେ ୩୨.୬°, ପାରାଦୀପରରେ ୩୨°, ପୁରୀରେ ୩୨°, କେନ୍ଦୁଝରରେ ୩୨°, ବାଲେଶ୍ୱରରେ ୩୧.୮°, ଚାନ୍ଦବାଲରେ ୩୧.୬°, ଝାରସୁଗୁଡାରେ ୩୦.୮°, ହୀରାକୁଦରେ ୩୦.୨°, ସମ୍ୱଲପୁରରେ ୩୦°, ରାଉରକେଲାରେ ୩୦°, ଗୋପାଳପୁରରେ ୨୯.୮° ତାପମାତ୍ରା ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ